ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆଲୋଚନା ଚକ୍ର
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିଶ୍ବ ଓଡ଼ିଆ ଭାଷା ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଏକ ଆଲୋଚନା ଚକ୍ର ଅଧ୍ୟକ୍ଷ ଡ଼ଃ. ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାଷା ସଂସ୍କୃତି ବିଶେଷଜ୍ଞ ଡ଼ଃ. ଯୁଧିଷ୍ଠିର ସ୍ବାଇଁ, ଡଃ. ରମେଶ ଚନ୍ଦ୍ର ପ୍ରଧାନ ଏବଂ ଡଃ. ଅନନ୍ତରାମ କର କୈାଣ୍ଡିନ୍ଯ, ଆଲୋଚକ ରୂପେ ଯୋଗଦେଇ ଭୀଷ୍ମଗିରି ଅଞ୍ଚଳ ର ମହାନ୍ ଐତିହ୍ୟ ପରମ୍ପରା ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଆଲୋଚନା କରିଥିଲେ। ଛାତ୍ରୀ ଛାତ୍ର ଏବଂ ଅଧ୍ୟାପିକା ଅଧ୍ୟାପକ ବୃନ୍ଦ ଏଥିରେ ରେ ଅଂଶ ଗ୍ରହଣ କରିଥିଲେ। ବିଦ୍ୟାଳୟ ର ଅଧ୍ୟାପକ ଜେନାମଣି ସାହୁ ,ଅଧ୍ୟାପକ ସୁଧି ରଞ୍ଜନ ହୋତା , ଅଧ୍ୟାପକ ଶ୍ରୀନିବାସ ଶବର, ଅଧ୍ୟାପିକା ପୂଜା ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ,।ଗତ ୧୮ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ର ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ର ସମସ୍ତ ,ଅଧ୍ୟାପିକା ଅଧ୍ୟାପକ ଛାତ୍ରୀ ଛାତ୍ର ଓ କର୍ମଚାରୀ ବୃନ୍ଦ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।