ରାମଣ୍ଡା ପ୍ରିମୀୟର ଲିଗ ଉଦଘାଟିତ
ବୁଗୁଡା ,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ରାମେଣ୍ଡା ଗ୍ରାମରେ ଡିସେମ୍ବର ୫ ତାରିଖ ଦିନ ରାମଣ୍ଡା ପ୍ରିମୀୟର ଲିଗ ଆରମ୍ଭ ହୋଇଯାଇଛି । ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଗଞ୍ଜାମ ଜିଲ୍ଲା ୪୨ ନଂ ଜିଲ୍ଲା ପରିଷଦ ଜୋନ ସଦସ୍ୟା ଭୁବନେଶ୍ଵରୀ ଖଟେଇ ଉଦଘାଟନ କରିଛନ୍ତି । ଉଦଘାଟନୀ ମ୍ୟାଚ ମହୁଲପଲ୍ଲୀ ଟିମ ଓ ହାତିପାଦପଲ୍ଲୀ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ମହୁଲପଲ୍ଲୀ ଟିମ ବିଜୟୀ ହୋଇଥିବା ଜଣାପଡିଛି ।


