ରାମଦାନ କେନ୍ଦ୍ର ରେ ବିନା ଯୋତୁକ , ବିନା ବାଜା, ବିନା ବରଯାତ୍ରୀ ରେ ବିବାହ ଉତ୍ସବ ସମ୍ପନ୍ନ ।
କଳାହାଣ୍ଡି,(ୱାଇଏନ୍ଏସ୍): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ତଳ ଜାରିଙ୍ଗ୍ ଗ୍ରାମ ସତଲୋକ ଆଶ୍ରମ ନାମଦାନ୍ କେନ୍ଦ୍ର ରେ ଏକ ବିବାହ ରମୈଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜଗତଗୁରୁ ତତ୍ତ୍ଵଦର୍ଶୀ ସନ୍ଥ ରାମପାଲଜୀ ମହାରାଜାଙ୍କ ଆଦର୍ଶ ରେ ଅନୁପ୍ରାଣିତ ବାଦଲଦେଇ ନାନ୍ଦୋଲ ଗ୍ରାମ ନିବାସୀ ଭକ୍ତ ମତି ପିଙ୍କି ଦାସୀଙ୍କ ସହିତ ରାଜସ୍ଥାନ ନିବାସୀ ଭକ୍ତ ପୂନମ୍ ଦାସଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି । ଏହି ବିବାହ ଉତ୍ସବ ରେ ଉଭୟ ଝିଅ ଓ ପୂଅ ଘର ଲୋକେ ଉପସ୍ଥିତ ରହି କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା । ଏହି ବିବାହ ଉତ୍ସବଟିବିନା ଯୋତୁକ, ବିନା ବାଜା ତଥା ବିନା ବରଯାତ୍ରୀ ରେ,କେବଳ 17 ମିନିଟ୍ ର ଗୁରୁ ବାଣି ପାଠ କରାଯାଇ ଏହି ବିବାହ କାର୍ଯ୍ୟ ସମ୍ପର୍ଣ୍ଣ କରାଯାଇଛି । ସରକାର ଙ୍କ କୋବିଡ କଟକଣା କୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟ କରାଯାଇଥିଲା । ଏପରି ବିବାହ ର ମୁଖ୍ୟ ଉଦ୍ଦେଶ୍ୟ ସଦଗୁରୁ ସନ୍ଥ ରାମପାଲଜୀ କହିଛନ୍ତି ଯେ ବିବାହ କେବଳ ଦୁଇ ଆତ୍ମାର ମିଳନ ମାତ୍ର ଏଥିପାଇଁ କୈାଣସି ଯାନି ଯୋତୁକ ତଥା ଆଡ଼ମ୍ବର କରି ଅଯଥା ଖର୍ଚ୍ଚ ର ଆବଶ୍ୟକତା ନାହିଁ । ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଆମେମାନେ ସମସ୍ତେ ସମାନ ସେହି ଏକ ପରମେଶ୍ବର ଙ୍କ ସନ୍ତାନ ଅଟୁ । ସମାଜ ରୁ ଯୋତୁକ, ଜାତିଭେଦ ଓ ନିଶାସେବନ ଆଦି କୁସଂସ୍କାର ଓ ଅନ୍ଧବିଶ୍ୱାସ ଦୂର ହେବ ସେଥିପାଇଁ ସଦଗୁରୁ ରାମପାଲଜୀ ମହାରାଜ ଏକ ମିଶନ ଚଳାଇଛନ୍ତି ।ଶେଷରେ ନିଜ ନିଜ ପରିବାର ଓ ଗାଁ ଲୋକଙ୍କ ସମ୍ମୁଖରେ ବର ଓ କନ୍ୟା ଆଶିର୍ବାଦ ଗ୍ରହଣ କରିଥିଲେ ଓ ବିବାହ ଉତ୍ସବ ସମ୍ପନ୍ନ ହୋଇଥିଲା ।