ରାମଦୋଳି ଯୋଗୁଁ ନଷ୍ଟ ହେଲା ମିନି ଷ୍ଟାଡିୟମ , କ୍ରିଡା ଆୟୋଜନ କରିବା ସନ୍ଦେହ
ବ୍ରହ୍ମପୁର, (ଅନିଲ କୁମାର):ଗଞ୍ଜାମ ଜିଲ୍ଲା ସୋରଡା ରେ ଖେଳ ଉପଯୋଗୀ ଏକ ମାତ୍ର ମିନି ଷ୍ଟାଡିୟମ ରହିଛି। ଏହି ଷ୍ଟାଡିୟମ ରେ ଋଷିକୁଲ୍ୟା କ୍ରିକେଟ କ୍ଲବ ତରଫରୁ ପ୍ରତି ବର୍ଷ ଜିଲ୍ଲା ସ୍ତରୀୟ ବାର୍ଷିକ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜନ ହୋଇଥାଏ। ଏଥିରେ ଗଞ୍ଜାମ ଜିଲ୍ଲା ସମେତ ଜିଲ୍ଲା ବାହାର ର ବଛା ବଛା କ୍ରିକେଟ ଦଳ ମାନେ ଅଂଶ ଗ୍ରହଣ କରିଥାନ୍ତି। ସୋରଡା ରେ କ୍ରିଡା ଉତ୍ସବ ଭାବେ ବର୍ତମାନ ଏହି ଗୋଟିଏ ଟୁର୍ନାମେଣ୍ଟ ହିଁ ରହିଛି। ସୋରଡା ଷ୍ଟାଡିୟମ କୁ ଖେଳ ଉପଯୋଗୀ କରିବା ପାଇଁ ବର୍ଷ ତମାମ ସୋରଡା ର ଅଗ୍ରଣୀ କ୍ରିକେଟ କ୍ଲବ ଋଷିକୁଲ୍ୟା କ୍ରିକେଟ କ୍ଲବ ତରଫରୁ ଆପ୍ରାଣ ଉଦ୍ୟମ କରାଯାଉଛି। ଦୀର୍ଘ ବର୍ଷ ଧରି ଏହି ଷ୍ଟାଡିୟମ ଟି ଜରାଜିର୍ଣ ଅବସ୍ଥାରେ ରହିଥିବା ବେଳେ ଓଡିଶା ରାଜ୍ୟ ଯୁବ ଓ କ୍ରିଡା ବ୍ୟାପାର ତରଫରୁ ୨୫ ଲକ୍ଷ ବିନିମୟ ରେ ଷ୍ଟାଡିୟମ କୁ ଖେଳ ଉପଯୋଗୀ ପାଇଁ ଅନୁଦାନ ମିଳିଥିବା ବେଳେ ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ ନିଜସ୍ଵ ଉଦ୍ୟମ ରେ ସମୁର୍ଣ୍ଣ ଷ୍ଟାଡିୟମ ରେ ୩ ଫୁଟ ମାଟି ପକାଇବା ସହ ବହୁ ବର୍ଷ ପରେ ଷ୍ଟାଡିୟମ ଟିକୁ ଖେଳ ଉପଯୋଗୀ କରିବା ପାଇଁ ସହାୟକ ହୋଇଥିଲେ। କିନ୍ତୁ ବର୍ତମାନ ଏହି ଷ୍ଟାଡିୟମ ରେ ବାର୍ଷିକ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜନ ନେଇ ସନ୍ଦେହ ପ୍ରକାଶ କରିଛି ସ୍ଥାନୀୟ ଋଷିକୁଲ୍ୟା କ୍ରିକେଟ କ୍ଲବ। ସୋରଡା ର ଆୟୋଜିତ କଣ୍ଟାପିଢା ଯାତ୍ରା ରେ ରାମଦୋଳି ଓ ମିନାବଜାର ପାଇଁ ସୋରଡା ଷ୍ଟାଡିୟମ ରେ ଆୟୋଜନ କରଯାଇଥିଲା। ରାଜ୍ୟ ସରକାରଙ୍କ ଯୁବ ଓ କ୍ରିଡା ବ୍ୟାପାର ତରଫରୁ ସ୍ପଷ୍ଟ ନିର୍ଦେଶନାମା ରହିଛି ଯେ କୌଣସି ପ୍ରକାର ଖେଳ ଉପଯୋଗୀ ଷ୍ଟାଡିୟମ ରେ ରାମ ଦୋଳି ଓ ମିନାବଜାର ସହ ଯାତ୍ରା ପାର୍ଟି କୁ ଅନୁମତି ଦିଆଯିବ ନାହି। କିନ୍ତୁ ସୋରଡା ରେ ଏ ନେଇ କୌଣସି ନିର୍ଦେଶନାମା କାର୍ଯ୍ୟ କରିଥିବା ଜଣାପଡିଲାନି। ରାମଦୋଳି ଓ ମିନାବଜାର ପାଇଁ ଜମି ଜମା ସମ୍ବଧୀୟ ଅନୁମତି ସ୍ଥାନୀୟ ତହସିଲଦାର ଙ୍କୁ ମଗାଯାଇଥାଏ। ତହସିଲଦାର ଖାଲି ଥିବା ପଡିଆ କୁ ଅନୁମତି ପାଇଁ ପ୍ରଦାନ କରିବା ପ୍ରାବଧାନ ରହିଛି। ରାମଦୋଳି ପାଇଁ ଷ୍ଟାଡିୟମ ଅନୁମତି ଦେବା ପାଇଁ ହେଲେ ଜିଲ୍ଲା କ୍ରିଡା ବିଭାଗ ଠାରୁ ଅନୁମତି ଦରକାର, ଏହା ସହ ଜିଲ୍ଲା ପ୍ରଶାସନ ତରଫରୁ ରାମ ଦୋଳି ପାଇଁ ଅନୁମତି ମଧ୍ୟ ଦରକାର। କିନ୍ତୁ ସୋରଡା ରେ ଯେପରି ଭାବେ ଆୟୋଜନ କରାଗଲା ସେଥିରୁ ସ୍ପଷ୍ଟ ଜଣାପଡୁଛି ଯେ ସବୁ ଜାଣି ସୁଧା ପ୍ରଶାସନ ର ନୀରବତା କ୍ରୀଡାବିତ ମାନଙ୍କୁ ନିରାଶ କରିଛି। ରାମ ଦୋଳି ଓ ମିନା ବଜାର ଯୋଗୁଁ ସୋରଡା ଷ୍ଟାଡିୟମ ଅବସ୍ଥା ବର୍ତମାନ ଶୋଚନୀୟ ଅବସ୍ଥା ରେ ରହିଛି। ଚଳିତ ବର୍ଷ କ୍ରିଡା ଆୟୋଜନ ଦୂର ର କଥା ଏଠି ଖାଲି ପାଦ ରେ ଚାଲିବା ମଧ୍ୟ କଷ୍ଟ। ଆଞ୍ଚଳିକ ସ୍ତରରେ କ୍ରିଡା ର ବିକାଶ ଓ ଥିବା ଷ୍ଟାଡିୟମ ଗୁଡିକ ରକ୍ଷଣା ବେକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷ ରୁ ଆବଶ୍ୟକ ବ୍ୟୟଅଟକଳ କରାଯାଉନାହି ଫଳରେ ଏହି ଷ୍ଟାଡିୟମ ଗୁଡିକ ବର୍ତମାନ ରାମଦୋଳି ଓ ମନୋରଞ୍ଜନ କର୍ଜ୍ୟକ୍ରମ ପାଇଁ ବ୍ଯବହୃତ ହେଲାଣି। ଷ୍ଟାଡିୟମ ଟି ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହାକୁ ଖେଳ ଉପଯୋଗୀ କରିବା ପାଇଁ ଆବଶ୍ୟକ ବ୍ୟୟ ଅଟକଳ କିଏ କରିବ ବୋଲି ଋଷିକୁଲ୍ୟା କ୍ରିକେଟ କ୍ଲବ ତରଫରୁ ଅଭିଯୋଗ କରଯାଇଅଛି। କ୍ରିକେଟ କ୍ଲବ ସମ୍ପାଦକ ତଥା ସୋରଡା ଏନ ଏ ସି ର ୦୮ ନମ୍ବର ୱାର୍ଡ କାଉନ୍ସିଲର ଏ ନେଇ ବିରକ୍ତି ପ୍ରକାଶ କରିଛନ୍ତି। ଷ୍ଟାଡିୟମ ରେ ରାମଦୋଳି ପାଇଁ ପ୍ରଶାସନ ଦେଇଥିବା ଅନୁମତି ଦୁର୍ଭାଗ୍ୟ ଜନକ। ଅନୁମତି ଦେବା ପୂର୍ବ ରୁ ସ୍ଥାନୀୟ ପ୍ରଶାସନ ତରଫରୁ ରାଜ୍ୟ ଯୁବ ଓ କ୍ରିଡା ବିଭାଗ ର ନିର୍ଦେଶନାମା ଦେଖିବାର ଥିଲା। ଏବେ ଯେଉଁ ଭଳି ଷ୍ଟାଡିୟମ ଟି ନଷ୍ଟ ହୋଇଛି ସେଥିପାଇଁ କିଏ ଦାଇ ରହିବ ବୋଲି ପ୍ରଶ୍ନ କରିଛନ୍ତି ସମ୍ପାଦକ ରଜନୀ ମହାପାତ୍ର। ଜିଲା ପ୍ରଶାସନ ଏହାର ତଦନ୍ତ କରିବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆବଶ୍ୟକ ବ୍ୟୟ ଅଟକଳ କରିବା ସହ ଷ୍ଟାଡିୟମ ଟିକୁ ପୁଣିଥରେ ଖେଳ ଉପଯୋଗୀ କରିବା ପାଇଁ ସମ୍ପାଦକ ରଜନୀ ମହାପାତ୍ର ଦାବି କରିଛନ୍ତି। ଏହି ପରି ଅବ୍ୟବସ୍ଥା ବିଷୟ ରେ ଗଞ୍ଜାମ ଜିଲ୍ଲାପାଳ, ଭଞ୍ଜନଗର ଉପଜିଲ୍ଲାପାଳ, ଓ ରାଜ୍ୟର କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରୀଙ୍କ ୱାଟସ ଅପ ରେ ସମସ୍ତ ଭିଡିଓ ଓ ସୂଚନା ଦିଆଯାଇଥିଲେ ମଧ୍ୟ ସମସ୍ତଙ୍କ ନୀରବତା ଏହି ପରି ଏକ ବେଆଇନ କାର୍ଯ୍ୟ କୁ ଆହୁରି ବଳ ଯୋଗାଇଥିବା ଅଭିଯୋଗ ହେଉଛି। ଯଥାଶୀଘ୍ର ଷ୍ଟାଡିୟମ ପ୍ରତି ଦୁଷ୍ଟୀ ଦିଆନଗଲେ ଋଷିକୁଲ୍ୟା କ୍ରିକେଟ କ୍ଲବ ତରଫରୁ ପ୍ରତିବାଦ କରାଯିବ ବୋଲି କ୍ରିକେଟ କ୍ଲବ ସମ୍ପାଦକ ରଜନୀ ମହାପାତ୍ର କହିଛନ୍ତି।


