ରାମ୍ କି ଜନ୍ମଭୂମି’ ମୁକ୍ତିଲାଭ ଉପରେ ରହିତାଦେଶ ଆବେଦନ ଖାରଜ

ନୂଆଦିଲ୍ଲୀ(ଏଜେନ୍ସି): ବିବାଦୀୟ ଚଳଚ୍ଚିତ୍ର “ରାମ୍ କି ଜନ୍ମଭୂମି’ ମୁକ୍ତିଲାଭ ଉପରେ ରହିତାଦେଶ ଦେବାକୁ ସୁପ୍ରିମକୋର୍ଟ ଆଜି ସିଧାସଳଖ ମନା କରିଦେଇଛନ୍ତି । ଶୁକ୍ରବାର ଏହି ଚଳଚ୍ଚିତ୍ର ସାରା ଦେଶରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଏହା ଉପରେ ରହିତାଦେଶ ଲାଗୁ କରିବାକୁ ସୁପ୍ରିମକୋର୍ଟରେ ମାମଲା ଦାୟର କରାଯାଇଥିଲା । ଏହି ଚଳଚ୍ଚିତ୍ରଟିରେ ଅଯୋଧ୍ୟା ଜମି ବିବାଦର ମଧ୍ୟସ୍ଥତା ଜରିଆରେ ସମାଧାନ ପ୍ରକ୍ରିୟା ଦର୍ଶାଯାଇଥିବା ଏବଂ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କଲେ ଅଯୋଧ୍ୟା ଜମି ବିବାଦର ମଧ୍ୟସ୍ଥତା ଜରିଆରେ ସମାଧାନ ପ୍ରକ୍ରିୟାକୁ ଜଟିଳ କରିବ ବୋଲି ଅଭିଯୋଗ କରି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର କିଛି ବ୍ୟକ୍ତିବିଶେଷ ଏନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ସୁପ୍ରିମକୋର୍ଟ ଆଜି ଏହି ମାମଲା ଉପରେ ଶୁଣାଣି କରି କହିଛନ୍ତି ଯେ, ଅଯୋଧ୍ୟା ଜମି ବିବାଦର ମଧ୍ୟସ୍ଥତା ଜରିଆରେ ସମାଧାନ ପ୍ରକ୍ରିୟା ଏବଂ ଚଳଚ୍ଚିତ୍ର ମୁକ୍ତିଲାଭ ମଧ୍ୟରେ କୌଣସି ସମ୍ପର୍କ ନାହିଁ । ତେଣୁ ଏହାର ମୁକ୍ତିଲାଭ ଉପରେ ରହିତାଦେଶ ଜାରି କରିବାର କୌଣସି ଆବଶ୍ୟକତା ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ