ରାମ ମନ୍ଦିରରେ ରାମ ନବମୀ

ନିରାକାରପୁର (ଜୁଗାବ୍ଦ ନ୍ୟୁଜ୍‍): ଖୋର୍ଦ୍ଧା ଜିଲ୍ଲା ନିରାକାରପୁରସ୍ଥିତ ରାମ ମନ୍ଦିର ପରିସରରେ ଆଜି ରାମ ନବମୀ ମହା ସମାରୋହରେ ପାଳିତ ହୋଇଯାଇଛି ।ସକାଳୁ ମଙ୍ଗଳ ଆଳତୀ, ପୂଜା, ହୋମ, ଭୁବନେଶ୍ୱରୀ ଠାକୁରାଣୀଙ୍କ ମନ୍ଦିରରେ ପୂଜା,ଚଣ୍ଡୀପାଠ ଓ ହୋମ ଅନୁଷ୍ଠିତ ହୋଇଥିଲା । ବହୁ ସଂଖ୍ୟାରେ ଭକ୍ତ ଯୋଗଦାନ ଦେଇ ଠାକୁରଙ୍କ ଆର୍ଶିବାଦ କାମନା କରିଥିଲେ । ଶେଷରେ ସମସ୍ତ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ମନ୍ଦିରକୁ ବିଜେପି ପ୍ରାର୍ଥୀ କାଳୁ ଚରଣ ଖଣ୍ଡୟତରାୟ ଓ କଂଗ୍ରେସ ପ୍ରାର୍ଥୀ ସ୍ୱାଗତିକା ପଟ୍ଟନାୟକ ଆସି ଠାକୁର ଦର୍ଶନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ