ରାମ ମନ୍ଦିର ନିର୍ମାଣ ପାଇଁ କ୍ରିୟାନୁଷ୍ଠାନ କମିଟି ଗଠନ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଅଶୋକ ବଜାର ପଟାପୋଲ ଠାରେ ରାମମନ୍ଦିର ନିର୍ମାଣ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଯୋଜକ ଅମୂଲ୍ୟ କୁମାର ସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ବୈଠକରେ କ୍ରିୟାନୁଷ୍ଠାନ କମିଟି ଘୋଷଣା ହୋଇଛି। କମିଟି ସଭାପତି ଭାବେ ନିର୍ମଳ ଧଳ, ସମ୍ପାଦକ ଭାବେ ରବିନ୍ଦ୍ର କୁମାର ନାୟକ, କୋଷାଧ୍ୟକ୍ଷ ଭାବେ ମାୟାଧର ଭଞ୍ଜ, ସହସଂଯୋଜକ ଭାବେ ମୁରଲୀ ରାଉତଙ୍କ ନାମ ଘୋଷଣା କରାଯାଇଛି। ସଦସ୍ୟ ଭାବେ ପ୍ରଦୀପ ନାୟକ, ନୀଳମଣି ନାୟକ, ଭାଗବତ ନାୟକ, ପ୍ରଦୀପ ସାମଲ, ଶ୍ରୀକାନ୍ତ ସାହୁ, ନଗେନ୍ଦ୍ର ଧଳ, ବାଜୁ ବେଜୁଙ୍କୁ ମନୋନୀତ କରାଯାଇଛି। ସେହିଭଳି ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଭାବେ ଅକ୍ଷୟ ସାହୁ, ଦେବେନ୍ଦ୍ର ଧଳ, ନରେନ୍ଦ୍ର ମଳିକ, ଗୁଣାକାର ବେହେରା, ନଟବର ସାମଲଙ୍କ ନାମକୁ କମିଟିରେ ମନୋନୟନ କରାଯାଇଛି। ଆୟୋଜିତ ଦ୍ୱିତୀୟ ବୈଠକରେ ବଜାରର ବହୁ ବ୍ୟବସାୟୀ ଯୋଗଦେଇଥିବା ବେଳେ ସ୍ଥାନ ଚିହ୍ନଟ ପରେ ଖୁବଶୀଘ୍ର ମନ୍ଦିର କାର୍ଯ୍ୟ ଆରମ୍ଭ କରାଯିବ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଘୋଷଣା ହୋଇଛି।