ରାଶନ ପାଇଁ ଲୋକେ ରାସ୍ତାରେ ଆଣ୍ଟେନା ଧରି ବୁଲୁଛନ୍ତି

ଯୋଜନାରୁ ଦୁର୍ନୀତି ଦୂର କରିବା ପାଇଁ ଏବେ ରାଶନ ବ୍ୟବସ୍ଥାକୁ ଅନ୍ଲାଇନ୍ କରାଯାଇଛି । ଏହା ସ୍ୱାଗତଯୋଗ୍ୟ । କିନ୍ତୁ ଝାଡ଼ଖଣ୍ଡର ଖୁଣ୍ଟି ଅଞ୍ଚଳର ନିଲମା ପଞ୍ଚାୟତ ପାଇଁ ଏହି ଅନ୍ଲାଇନ୍ ବ୍ୟବସ୍ଥା ପୂରା ଅଡୁଆ ହୋଇଯାଇଛି । ବର୍ଷା ହେବାରୁ ନିଲମା ଗାଁ ସମେତ ଆଖପାଖର ବହୁ ଗାଁରେ ନେଟ୍ୱର୍କ ଆସୁନାହିଁ । ଲୋକମାନେ ରାଶନ ଦୋକାନକୁ ଯାଇ ବାରମ୍ବାର ଫେରୁଛନ୍ତି । ରାଶନ ପାଇ ପାରୁନାହାନ୍ତି । ଯେଉଁ ବ୍ୟକ୍ତି ରାଶନ ନେବେ ତାଙ୍କ ଅଙ୍ଗୁଳି ମେଶିନରେ ଲଗାଇବା ଜରୁରୀ । ନେଟୱର୍କ ନ ଥିବାରୁ ଏହା ସମ୍ଭବ ହୋଇପାରୁନାହିଁ । ଏମିତି କି ଲୋକମାନେ ଡିଲର ପାଖରେ ପହଞ୍ôଚବାବେଳକୁ ଯଦି ନେଟୱର୍କ ନଥିବା ଦେଖୁଛନ୍ତି ଯେଉଁ ମେଶିନରେ ଅଙ୍ଗୁଳି ଲଗାଯାଏ ତାହାକୁ ତାର ଓ ଆଣ୍ଟେନା ସହ ଧରି ରାସ୍ତାରେ ବୁଲୁଛନ୍ତି । ଯେମିତି ନେଟୱର୍କ ଆସୁଛି ସାଙ୍ଗେସାଙ୍ଗେ ସେମାନେ ଏକାଠି ହୋଇ ଅଙ୍ଗୁଳି ଲଗାଇବା ବେଳକୁ ତାହା ଚାଲିଯାଉଛି । ଲୋକମାନଙ୍କ କହିବା ମୁତାବକ ଘରେ ପିଲାମାନେ ଭୋକରେ ରହୁଛନ୍ତି, କିନ୍ତୁ ରାଶନ ମିଳୁନାହିଁ । ଏବେ ବର୍ଷାରେ ବିଲବାଡ଼ିରେ ଚାଷ କାମ ଚାଲିଥିବାରୁ କାମ ବନ୍ଦ କରି ରାଶନ ଦୋକାନକୁ ଆସି ଫେରିବା ଦ୍ୱାରା କ୍ଷତି ହେଉଛି ବୋଲି କହନ୍ତି ଗ୍ରାମବାସୀମାନେ । ରାଶନ ବ୍ୟବସ୍ଥାକୁ ଅନ୍ଲାଇନରେ ଯୋଡିବା କେତେ ସଫଳ ହେଉଛି ତାହା ଏଥିରୁ ଜଣାପଡୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ