ରାଶି କହେ ପ୍ରେମିକାର ସ୍ୱଭାବ
ସୁନ୍ଦରୀ ଝିଅ ଦେଖୁଥିଲେ ପୁଅମାନେ ତାଙ୍କ ପ୍ରେମରେ ଶୀଘ୍ର ପଡ଼ିଯାଆନ୍ତି । ତା’ସହ ଖୁସିରେ ଜୀବନ କାଟିବାକୁ ସ୍ୱପ୍ନ ଦେଖନ୍ତି । ହେଲେ ପୁଅମାନଙ୍କ ଏପରି ନିଷ୍ପତ୍ତି ବେଳେବେଳେ ସେମାନଙ୍କର ଭବିଷ୍ୟତ ଲାଗି ସମସ୍ୟା ସୃଷ୍ଟି କରିଥାଏ । କାରଣ ଏମିତି କିଛି ଝିଅ ଅଛନ୍ତି ଯାହାକୁ ବୁଝିବା ଆଉ ବୁଝାଇବା କାଠିକର ପାଠ ହୋଇଯାଏ । ଯାହା ଫଳରେ ତାଙ୍କୁ ପ୍ରେମ କରିଥିବା ପୁଅଟି ପ୍ରସ୍ତାଇବାକୁ ପଡ଼ିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏଭଳି ଚରିତ୍ର ଲାଗି ସେମାନଙ୍କର ରାଶି ହିଁ ଦାୟୀ । ତା’ ହେଲେ ଆସନ୍ତୁ ଜାଣିବା ସୁନ୍ଦରୀ ଝିଅଙ୍କ ରାଶି ବିଷୟରେ ।
କୁମ୍ଭ : ଏହି ରାଶିର ଝିଅମାନେ ଚତୁରୀ । ଏମାନଙ୍କ ସାଙ୍ଗରେ କେବେ କେହି ବିଶ୍ୱାସଘାତକତା କଲେ, କେବେ ଛାଡ଼ନ୍ତିନାହିଁ । ଏମାନେ ନିଜ କଥାରେ ସମସ୍ତଙ୍କୁ ଫସାଇ ଦିଅନ୍ତି । କଥା କଥାରେ ଅନ୍ୟକୁ ମନାଇବାର ଏମାନେ ମାଷ୍ଟରମାଇଣ୍ଡ୍ । ଏହି ରାଶିର ଝିଅମାନେ ନିଜ ବୟଫ୍ରେଣ୍ଡକୁ ସବୁବେଳେ ନିଜ ଅନୁସାରେ ଚଳିବାକୁ ବାଧ୍ୟ କରନ୍ତି ।
ସିଂହ : ଏହି ରାଶିର ଝିଅମାନେ ନିଜ ପ୍ରେମକୁ ପାଇବାକୁ ଯେ କୌଣସି ସ୍ତରକୁ ଯାଇପାରନ୍ତି । ବେଳେବେଳେ ନିଜ ଭଲ ପାଇବାକୁ ନେଇ ଏପରି କାମ କରି ପକାନ୍ତି ଯେ ଲୋକେ ତାଙ୍କୁ ସାଇକୋ ଭାବିଥାନ୍ତି । ବୟଫ୍ରେଣ୍ଡକୁ ନିଜ କଥାରେ ଚଳିବାକୁ ବାଧ୍ୟ କରିଥାନ୍ତି ଏହି ରାଶିର ଝିଅ । ଯଦି ବୟଫ୍ରେଣ୍ଡ କଥା ନ ଶୁଣେ ତାହା ସେମାନେ ରାଗିଯାଆନ୍ତି ।
ବୃଷ : ଏହି ରାଶିର ଝିଅମାନେ ଭାରି ରାଗି । ଏମାନେ ଛୋଟ ଛୋଟ କଥାକୁ ନେଇ ବୟଫ୍ରେଣ୍ଡ୍ଙ୍କ ସହ ଝଗଡ଼ା କରିଥାନ୍ତି । ନିଜର ବୟଫ୍ରେଣ୍ଡ୍କୁ ସାଙ୍ଗମାନଙ୍କ ପାଖରୁ ଦୂରେଇ ରଖିବାକୁ ଏମାନେ ସବୁବେଳେ ଚାହିଁଥାନ୍ତି ।
ମୀନ : ଏହି ରାଶିର ଝିଅଙ୍କୁ ବୁଝିବା ଭାରି କଷ୍ଟକର । ଏମାନେ ନିଜର କ୍ଷତି କରିବା ସହ ଅନ୍ୟର ମଧ୍ୟ କ୍ଷତି କରିଥାନ୍ତି ।
ଦୈନିକ ୧୦୦୦ ଭୋକିଲାଙ୍କୁ ମାଗଣାରେ ଜଳଖିଆ ପରଷୁଛନ୍ତି ହାଇଦ୍ରାବାଦୀ ଯୁବକ
୯୩୦ ଦିନରୁ ଊଦ୍ଧ୍ୱର୍ ହେଲାଣି ଫାର୍ମାସିରେ ଡକ୍ଟରେଟ୍ କରୁଥିବା ୨୬ ବର୍ଷିୟ ମହମ୍ମଦ ସୁଜାତଉଲ୍ଲା ଦୈନିକ ୧୦୦୦ ହାଇଦ୍ରାବାଦୀ ଭୋକିଲାମାନଙ୍କୁ ସକାଳ ଜଳଖିଆ ପରିବେଷଣ କରୁଛନ୍ତି । ଦିନଟିଏ ମଧ୍ୟ ବନ୍ଦ କରିନାହାନ୍ତି । ସପ୍ତାହକୁ ଦୁଇଥର ମଧ୍ୟ ବାସହୀନମାନଙ୍କୁ ସେ ଡିନର୍ ବଣ୍ଟନ କରୁଛନ୍ତି ।
ଏହା ବ୍ୟତିରେକେ, ଅତିରିକ୍ତ ଉପାର୍ଜନ ସୂତ୍ର କାଜୁ ବିଧବା ଏବଂ ଅନ୍ୟାନ୍ୟ ମହିଳାମାନଙ୍କ ପାଇଁ ଟେଲରିଙ୍ଗ୍ ଶିକ୍ଷା କେନ୍ଦ୍ର ଚଳାଉଛନ୍ତି । ସେ କହନ୍ତି, ୨୦୧୪ରେ ସ୍ନାତକ ଡିଗ୍ରୀ କରୁଥିବାବେଳେ ଗୋଟିଏ ବିଷୟରେ ମୁଁ ଅକୃତକାର୍ଯ୍ୟ ହୋଇଗଲି । ଏଇ ବିଫଳତା ପରେ ମୁଁ ନିଷ୍ପତ୍ତି ନେଲି ଯେ ଦଶ ଜଣ ଲୋକଙ୍କୁ ଖାଇବି । ପରବର୍ଷ ଫଳ ବାହାରିବା ପରେ ମୁଁ ଗୋଟାଏ ହୋଟେଲରୁ ଦଶଟି ଖାଦ୍ୟ ପୁଡ଼ିଆ ଆଣି ରାସ୍ତାକଡ଼ରେ ଥିବା ଲୋକଙ୍କୁ ବାଣ୍ଟି ଦେଲି । ସେତେବେଳେ ମୁଁ ଦେଖିଲି ଜଣେ ବ୍ୟକ୍ତି ରାସ୍ତା ଉପରେ ଶୋଇଛନ୍ତି । ସେତେବେଳେ ଡିସେମ୍ବର ମାସର ହାଡ଼ଭଙ୍ଗା ଶୀତ ପଡ଼ିଥାଏ । ଖାଦ୍ୟ ଦରକାର କି ବୋଲି ମୁଁ ସେ ଲୋକଟିକୁ ପଚାରିଲାରୁ ସେ କହିଲା ଯେ ସେ ଖାଇଛି । ଖାଦ୍ୟ ପୁଡ଼ିଆଟିକୁ ଆଉ କାହାକୁ ଦେଇଦିଅ । ସେ ଲୋକର କଥା ଶୁଣି ମୋ ହୃଦୟ ତରଳିଗଲା । କାରଣ ସେ ଲୋକଟିର କିଛି ନ ଥିଲା, ବିନା ଚାଦରରେ କୁକୁରିଆ ଜାଡ଼ରେ ରାସ୍ତା ଉପରେ ଶୋଇଛି, କିନ୍ତୁ ଆପଣା ଭାଗର ଆହାର ଅନ୍ୟକୁ ଦେଇ ଦେବାକୁ କହୁଛି । ସୁଜାତ କେବେ ପ୍ରକୃତ ଭୋକ କ’ଣ ଜାଣି ନ ଥିଲେ । ସେ କହନ୍ତି, ଜୀବନରେ ଏଭଳି ସୁଖ ପାଇ ନ ଥିଲି । ତେଣୁ ମୁଁ ପ୍ରତିଦିନ ଏ କାମ କରେ ବୋଲି ଏଇ ଅଭିଜ୍ଞତା ମୋତେ ବାଟ କଢ଼ାଇ ନେଲା । ଶେଷକୁ ସେ କାମ କରୁଥିବା ତାଙ୍କର ବନ୍ଧୁ ଓ ପରିବାର ସଦସ୍ୟଙ୍କୁ ସେମାନଙ୍କର ଦିନକର ଦରମା ଦାନ କରିବାକୁ ଅନୁରୋଧ କଲେ । ପ୍ରଥମ ଦିନ ସେ ୫୦୦୦ ପାଖାପାଖି ଟଙ୍କା ପାଇଥିଲେ । ସକାଳ ଜଳଖିଆରେ ସପ୍ତାହକୁ ଦୁଇ ତିନି ଥର ଖାଣ୍ଟି ଗୁଆଘିଅ ଓ ଚଟଣି ସହ ଉପମା ପରିବେଷଣ କରନ୍ତି । ରିହାତି ମୂଲ୍ୟରେ ଏହା ପଦ୍ମା ରାଓ ନଗରସ୍ଥିତ ଏକ ରେସ୍ତାରାଁରୁ ଆସେ । କାମରେ ଅଗ୍ରଗତି ପାଇଁ ସୁଜାତ ୨୦୧୬ରେ ଆରମ୍ଭ କଲେ “ହ୍ୟୁମାନିଟି ଫାଷ୍ଟ୍ ଫାଉଣ୍ଡେସନ୍’ । ୧୦ଟି ଲୋକରୁ ଆରମ୍ଭ କରାଯାଇଥିବା ଜଳଖିଆ ପରିବେଷଣ ଏବେ ନିରବଚ୍ଛିନ୍ନ ଭାବେ ଦୈନିକ ୧୦୦୦ ଜଣରେ ପହଞ୍ଚିିଛି ।


