ରାଷ୍ଟ୍ରପତିଙ୍କ ପାଇଁ ସମ୍ପୂର୍ଣ ଓଡ଼ିଆ ଖାଦ୍ୟ କଖାରୁ ଫୁଲ ପୀଠାଉ ଓ ଖଇଂଗା ମାଛ ପୋଡା

ନିମାପଡା, (ସନ୍ତୋଷ ଦାଶ):ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କୋଣାର୍କ ସୂର୍ଯ୍ୟମନ୍ଦିର ଓ ଆଇଓସିଏଲ୍ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ ଅବସରରେ କୋଣାର୍କ ଯାତ୍ରୀନିବାସରେ ମଧ୍ୟାହ୍ନ ଭୋଜନ ଓ ବିଶ୍ରାମ ନେବାର କାର୍ଯ୍ୟକ୍ରମ ରହିଛି। ଗ୍ରସ୍ତ ଅବସରରେ ରାଷ୍ଟ୍ରପତିଙ୍କୁ ସଂପୂର୍ଣ୍ଣ ପାରମ୍ପରିକ ଓଡ଼ିଆ ଖାଦ୍ୟ ଦ୍ଵାରା ଆପ୍ୟାୟିତ କରାଯିବ। କାମାର୍ଥ ଗୁପ ଅଫ୍ ହୋଟେଲର କୋଣାର୍କରେ ଥିବା ରେସ୍ତୋରାଂ ତଥା କୋଣାର୍କ ପୁରୀ ବେଳାମାର୍ଗରେ ଥିବା ପରିବେଶ ପର୍ଯ୍ୟଟନ ପ୍ରକଳ୍ପ ଲୋଟସ୍ ରିସର୍ଟ ପକ୍ଷରୁ ସେଫ୍ ସୁନୀଲ ଓ ତାଙ୍କ ସହଯୋଗୀମାନେ ରାଷ୍ଟ୍ରପତିଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବେ । ମଧ୍ୟାହ୍ନ ଭୋଜନରେ ଡ଼େରାଡୁନ ଚାଉଳର ଭାତ, ରୁଟି, ଚହଲା ବରା ଡାଲମା, କଖାରୁଫୁଲ ପିଠଉ, କୁଶଭଦ୍ରା (ରାମଚଣ୍ଡୀ) ନଦୀଖଇଙ୍ଗା ମାଛ ପୋଡ଼ା (ତନ୍ଦୁରି), କଖାରୁ ଓ ରସୁଣ ମିଶ୍ରିତ ସୁପ, ଭେଜିଟେବୁଲ କବାବ,ଛେନା ତରକାରୀ, ସନ୍ତୁଳା, ଶାଗଭଜା,ମଟନ, ଖଇଙ୍ଗା ବେସର, ଚିକେନ ପୁଦିନା କବାବ, ଛେନାପୋଡ଼ ଓ ରସଗୋଲା ସାମିଲ ହୋଇଛି । ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି କୋଣାର୍କରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଆଜି ପୁରୀ ଏସପି କେ. ବିଶାଲ ସିଂହ ଓ ହେଡକ୍ୱାର୍ଟର ଏସ୍‌ପି ସିଦ୍ଧାର୍ଥ କଟାରିଆ କୋଣାର୍କରେ ପହଞ୍ଚି ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ କୋଣାର୍କ ହେଲିପ୍ୟାଡ୍, ସୂର୍ଯ୍ୟମନ୍ଦିର , ବ୍ୟାଖ୍ୟାନକେନ୍ଦ୍ର ଓ କୋଣାର୍କ ଯାତ୍ରୀନିବାସରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ଦଳ ଓ ସାଦାପୋଷାକଧାରୀ ପୁଲିସ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ମୁତୟନ ହୋଇଛନ୍ତି। ଆଜି ଅପରାହ୍ନରେ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଅବତରଣ ଓ ହେଲିପ୍ୟାଡରୁ କାର ସୂର୍ଯ୍ୟମନ୍ଦିର, ବ୍ୟାଖ୍ୟାନକେନ୍ଦ୍ର ଓ ଯାତ୍ରୀନିବାସ ଆସିବାର କାରକେଡ୍ ରିହର୍ସଲ ଅନୁଷ୍ଠିତ ହୋଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ