ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କ ପରଲୋକ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ନସଡିପୁର ଗ୍ରାମର ବଳଦେବ ହାଇସ୍କୁଲର ଅବସର ପ୍ରାପ୍ତ ଶିକ୍ଷକ ରାଧାକୃଷ୍ଣ ଦାସଙ୍କର ୯୦ବର୍ଷ ବୟସରେ ସୋମବାର କେନ୍ଦ୍ରାପଡା ସରକାରୀ ଡାକ୍ତରଖାନାରେ ପରଲୋକ ହୋଇଯାଇଛି । ସେ ଭାରତ ସ୍କାଉଟର କମିଶନର ଭାବେ କାର୍ଯ୍ୟ କରି ରାଷ୍ଟ୍ରପତି ପୁରସ୍କାର ପାଇଥିଲେ । ସେ କଳା, ବିଜ୍ଞାନ ଓ କ୍ରୀଡା ବିଷୟରେ ଶିକ୍ଷାଦାନ ଦେଉଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ ପ୍ରେମଲତା, ଜ୍ୟେଷ୍ଠପୁତ୍ର ଗୌରକୃଷ୍ଣ, କନିଷ୍ଠ ପୁତ୍ର ଗୋପାଳ କୃଷ୍ଣ, ଝିଅ ରଞ୍ଜୁବାଳା, ହରପ୍ରିୟା, ଲକ୍ଷ୍ମୀପ୍ରିୟା ଓ ନାତିନାତୁଣୀମାନେ ଉପସ୍ଥିତ ଥିଲେ । ତାଙ୍କ ମରଶରୀରକୁ ବଳଦେବ ହାଇସ୍କୁଲକୁ ନିଆଯାଇଥିବା ବେଳେ ସେଠାରେ ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ନାୟକଙ୍କ ସମେତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ପୁଷ୍ପଗୁଛ ପ୍ରଦାନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପୂର୍ବତନ ପୈାରପାଳ ଧିରେନ ସାହୁ, ଗୋପାଳକୃଷ୍ଣ ଜେନା, ଡା. ନିରଞ୍ଜନ ପରିଡା, ବଳଦେବ ଜେନା, ଜ୍ୟୋତିର୍ମୟ ଦାସ, ରେବତୀ ରମଣ ଦାସ, ବିଜୟ କୁମାର ଦାସ, ସୁନୀଲ କୁମାର ଦାସ, ଗୈାତ୍ତମ ସ୍ୱାଇଁ, ନୃସିଂହ ଚରଣ ତ୍ରିପାଠୀ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ନସଡିପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ