ରାଷ୍ଟ୍ରପତି ପ୍ରର୍ଥୀନି ଶ୍ରୀମତୀ ମୁର୍ମୁ’ଙ୍କ ବିଜୟ ପାଇଁ ଅଲ ଇଣ୍ଡିଆ ସାର୍ନା ଧରମ ଚେମେଦ ଆଶ୍ଲା ରେ ପୂଜା ଅର୍ଚ୍ଚନା

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଝରାଡିହି ନିକଟସ୍ଥ ମଝିଗାଁ ସ୍ଥିତ ଅଲ ଇଣ୍ଡିଆ ସାର୍ନା ଧରମ ଚେମେଦ ଆଶ୍ଳା ଅନୁଷ୍ଠାରେ ରାଷ୍ଟ୍ରପତି ପ୍ରାର୍ଥୀନି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ’ଙ୍କ ସୁନିଶ୍ଚିତ ବିଜୟ ନିମନ୍ତେ ପୂଜାପାଠ କରାଯାଇଛି । ଅଲ୍ ଇଣ୍ଡିଆ ସାର୍ନା ଧରମ ଚେମେଦ ଆଶ୍ଳା’ ଅନୁଷ୍ଠାନ ର ସଭାପତି ଶମ୍ଭୁ ମୁର୍ମୁ’ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ସାଧାରଣ ସଂପାଦକ ଚକ୍ରଧର ହେମ୍ବ୍ରମ, ଉପ ସଭାପତି କାହ୍ନୁରାମ ଟୁଡୁ, ଶିକ୍ଷା ସଂପାଦକ ନୀଳମଣୀ ଟୁଡୁ, ପ୍ରତିଷ୍ଠାନ ସଂପାଦକ ଅଜେନ ଟୁଡୁ, କୋଷାଧ୍ୟକ୍ଷ ବୁଢାନ ସୋରେନ, ସହ କୋଷାଧ୍ୟକ୍ଷ ଲଖନ ଟୁଡୁ ଏବଂ ସଂଗଠନ ସଂପାଦକ ଦାସମାତ୍ ସୋରେନ ପ୍ରମୁଖ’ଙ୍କ ଉପସ୍ଥିତିରେ ଆଦିବାସୀ ପରମ୍ପରା ଏବଂ ରିତିନିତୀ ଅନୁସାରେ ଇଷ୍ଟ ଦେବାଦବୀ ତଥା ପୂର୍ବ ପୁରୁଷ’ଙ୍କ ନିକଟରେ ପୂଜକ’ଙ୍କ ଦ୍ବାରା ପୂଜାପାଠ କରାଯାଇ ସୁନିଶ୍ଚିତ ବିଜୟ କାମନା କରାଯାଇ ଥିଲା । ଆଦିବାସୀ ବହୁଳ ଅଞ୍ଚଳ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ରୁ ଏନଡିଏ ର ରାଷ୍ଟ୍ରପତି ପ୍ରାର୍ଥୀନି ଭାବେ ଚୟନିତ ହୋଇଥିବାରୁ ସ୍ଥାନୀୟ ତଥା ସମଗ୍ର ଆଦିବାସୀ ସମାଜ ଗର୍ବିତ ଅନୁଭବ କରୁଥିବା ବେଳେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଭାବେ ଚୟନିତ ହୋଇ ସମଗ୍ର ଦେଶବାସୀ’ଙ୍କ ମଙ୍ଗଳ କାର୍ଯ୍ୟ କରିବା ସହିତ ବିଶେଷ ଭାବେ ଆଦିବାସୀ ସମାଜ ଏବଂ ପଛୁଆ ବର୍ଗ’ଙ୍କ ପାଇଁ ମଙ୍ଗଳ କାର୍ଯ୍ୟ କରିବେ ବୋଲି ସାର୍ନା ଧରମ ଚେମେଦ୍ ଆଶ୍ଳା ପକ୍ଷରୁ ଆଶା ବ୍ୟକ୍ତ କରିବା ସହିତ ତାଙ୍କ ବିଜୟ ପ୍ରାପ୍ତି ପାଇଁ ଶୁଭକାମନା ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ମହିଳା ଓ ପୁରୁଷ ସଦସ୍ୟ ଉପସ୍ଥିତ ରହି ଶ୍ରୀମତୀ ମୁର୍ମୁ’ଙ୍କ ବିଜୟ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ