ରାଷ୍ଟ୍ରର ପ୍ରଗତିରେ ମହିଳାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପାଳିତ ହେଉଛି ଆନ୍ତର୍ଜାତୀୟ ମହିଳା ଦିବସ,ଏହି ପ୍ରୟାସରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲୌହମାନବୀ,ସାହିତ୍ୟିକା ସ୍ୱର୍ଗତା ନନ୍ଦିନୀ ଶତପଥୀଙ୍କ ପ୍ରତିମୂର୍ତି ସ୍ଥଳରେ ସାମାଜିକ ଅନୁଷ୍ଠାନ ଦିଶା ଓଡିଶା ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ସାଧାରଣ ଭାବେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ବ ପୂର୍ବକ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ନନ୍ଦିନୀ ଶତପଥୀଙ୍କ ସ୍ମୃତି ଚାରଣ କରାଯାଇଥିଲା । ମହିଳା ସଶକ୍ତିକରଣ ଦିଗରେ ବିଭିିନ୍ନ କ୍ଷେତ୍ରରେ କାର୍ଯ୍ୟକରି ସୁନାମଅର୍ଜନ କରିଥିବା ଦଶଜଣ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୂଜ୍ୟପୁଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧକ୍ଷ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ତଥା ଧରିତ୍ରୀ ସମ୍ପାଦକ ତଥାଗତ ଶତପଥୀ ଯୋଗଦେଇ ସମ୍ମାନ ପ୍ରଦାନ କରିବା ସହିତ ମହିଳାମାନଙ୍କ ଭୂମିକା ଆଜିର ସମାଜରେ ବେସ ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଦିଶାର ନିର୍ଦ୍ଦେଶକ ବାପୁ ଓଝା । ସମ୍ମାନିତ ଅତିଥିଭାବେ କଣ୍ଠଶିଳ୍ପୀ ଜୟଶ୍ରୀ ଧଳ,ଚଳଚିତ୍ର ଅଭିନେତା ସୂର୍ଯ୍ୟକାନ୍ତ ସାମଲ,ନିରଞ୍ଜନ ଆଚାର୍ଯ୍ୟ,ସମାଜସେବୀ ମାନସ ବସ୍ତିଆ,ସୁବ୍ରତ ସାହୁ ଯୋଗଦେଇଥିବା ବେଳେ ଦିଶାର ଅଧକ୍ଷା ଡା.ବନ୍ଦନା ହରିଚନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ । ତନ୍ମୟ ସାମନ୍ତରାୟ,ଭୁବନାନନ୍ଦ ସାମନ୍ତ,ମାନସ ସାହୁ,ସଞ୍ଜୟ ପରିଡା,ଧୀରେନ ରାଉତରାୟ,ଗୀତା ବିଶ୍ୱାସ ପ୍ରମୁଖ ସହଯୋଗ କରିଥିଲେ ।ସମ୍ବର୍ଦ୍ଧିତ ହୋଇଥିବା ମହିଳାମାନେ ହେଲେ ସେବୀକା-ପ୍ରତିମା ସାମନ୍ତରାୟ,ସାମ୍ବାଦିକତା-ସୁମିତ୍ରା ସାହୁ,ବିଜୟ ପରିଡା,ଗ୍ରୁପ ଉଦ୍ୟୋଗୀ-ନର୍ମଦା ସିଂହ,ସ୍ୱାଗତିକା ରାଓ,ସମାଜସେବା-ଡେଜି ଡେଜି ଶତପଥୀ, ଶବର ରାଣୀ ମଧୁସ୍ମିତା ପୃଷ୍ଟି,ପୂର୍ଣ୍ଣତୟା ମହାପାତ୍ର,ପୁଷ୍ପାଞ୍ଜଳି ସାହୁ,ପ୍ରଭାତି ସାହୁ,ଅମ୍ବ୍ରିତା ରାଉତରାୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ