ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ବିକ୍ଷୋଭ; ଦାବିପତ୍ର ପ୍ରଦାନ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ରାଷ୍ଟ୍ରୀୟ ଆଦିବାସୀ ଏକଦା ପରିଷଦ କନ୍ଧମାଳ ଜିଲା ଶାଖା ପକ୍ଷରୁ  ବିିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଜିଲା ପ୍ରଶସନକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସ୍ଥାନୀୟ ମାଦିକୁନ୍ଦା ଛକଠାରୁ ଏକ ଶୋଭାଯାତ୍ରା ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା। ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ଜିଲା ସଭାପତି ଦୟାନିଧି ମଲିକଙ୍କ ନେତୃତ୍ୱରେ ରାଜ୍ୟ ସଭାପତି ପ୍ରଦୀପ କୁମାର କହଁର, ଜିଲା ସଂପାଦକ ଗୋପାଳ ଚନ୍ଦ୍ର କହଁର, ବରିଷ୍ଠ ଆଦିବାସୀ ନେତା ତଥା କନ୍ଧମାଳ କୁଇ ସମାଜ ସମନ୍ୱୟ ସମିତିର ସଂପାଦକ ଲମ୍ବୋଦର କହଁର ଓ କର୍ମକର୍ତ୍ତା ପୁଷାରା କହଁର, ବିବତ୍ସ ପ୍ରଧାନ, ଭାସ୍କର ପ୍ରଧାନ ଓ ଜିଲା କୋଷାଧ୍ୟକ୍ଷ ଅମନ ପ୍ରଧାନ ପ୍ରମୁଖ ଏହି ଅବସରରେ ଉଦବୋଧନ ଦେଇଥିଲେ । କୋଭିଡ଼୍‍ କଟକଣା ଯୋଗୁଁ ପରିଷଦର କେବଳ ନେତୃମଣ୍ଡଳି ଏହି ବିକ୍ଷୋଭରେ ସାମିଲ୍‍ ହୋଇଥିବା ବେଳେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ୧୮ ଦଫା ସମ୍ବଳିତ ଏକ ଦାବିପତ୍ର ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ ଗ୍ରହଣ କରିଥିଲେ। ଦାବି ପ୍ରକାରେ, ଆଦିବାସୀ ମାନଙ୍କର ପରିଚୟ ସମାପ୍ତ କରିବାକୁ ଯେଉଁ ଷଡ଼ଯନ୍ତ୍ର ଚାଲିଛି ସେଠାରୁ ନିବୃତ୍ତ ରହିବା, ବିକାଶ ନାମରେ ଆଦିବାସୀମାନଙ୍କର ବିସ୍ଥାପନ, ଲୋଭ ଦେଖାଇ ଆଦିବାସୀମାନଙ୍କର ସମ୍ପତ୍ତିକୁ ସମାପ୍ତ କରିବାର ଷଡ଼ଯନ୍ତ୍ର, ଆଦିବାସୀଙ୍କ ବିରୋଧରେ ନକଲି ଓ ମିଥ୍ୟା ମାମଲା, ଭୂ-ମାଫିଆଙ୍କ ମାଧ୍ୟରେ ଆଦିବାସୀ ମାନଙ୍କ ପ୍ରତି ହେଉଥିବା ଷଡ଼ଯନ୍ତ୍ର, ଲକ୍‍ଡ଼ାଉନ୍‍ ସମୟରେ ଲୋକଙ୍କର ମୌଳିକା ଅଧିକାର ଉଲ୍ଲଂଘନ, ଆଦିବାସୀଙ୍କୁ ନକ୍ସଲାଇଟ  ଭାବରେ ଘୋଷଣା କରିବାର ଷଡ଼ଯନ୍ତ୍ର ଠାରୁ ନିବୃତ୍ତି ରହିବାକୁ କୁହାଯିବା ସହିତ ଓ ଆଦିବାସୀମାନେ ବନବାସୀ ନୁହନ୍ତି ଭଳି ବିିିଭିନ୍ନ ଦାବି ଉକ୍ତ ଦାବିପତ୍ରରେ ଉଲ୍ଲେଖ ରହିଛି। ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୁଲିସ୍‍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ