ଫୁଲବାଣୀରେ ପୂର୍ବ ଶତ୍ରୁତା ରୁ ବୋମା ମାଡ଼ ସନ୍ଦେହ; ତଦନ୍ତ ଜାରୀ 

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା  ଫୁଲବାଣୀରେ ପୁଣି ବୋମା ମାଡ଼ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର  ରାତି ୩ ଟା ପାଖାପାଖି ସମୟରେ ପିଅନପଡାରେ ଏଭଳି ଘଟଣା ଘଟିଛି । ପୂର୍ବ ଶତ୍ରୁତାରୁ ଟିଟୁନ ବେହେରାଙ୍କ ଘର ଉପରକୁ ବୋମା ମାଡ଼ ହୋଇଛି । ଦୁଇଟି ବାଇକରେ ୪ଜଣ ଆସି ବୋମା ମାଡ଼ କରିଥିବା ଜଣାଯାଇଛି । ଏଥିରେ ଘରର ଆଜବେଷ୍ଟସ୍ ଭାଙ୍ଗିଯାଇଛି। କିନ୍ତୁ ଘରେ ଥିବା କୌଣସି ସଦସ୍ୟଙ୍କର କିଛି କ୍ଷତି ହୋଇ ନାହିଁ । ବାହାର ଜିଲ୍ଲାରୁ ଆସି ଏମିତି କରିଥିବା ସନ୍ଦେହ କରାଯାଉଛି । ଏହି ବୋମା ମାଡ଼ ଘଟଣାର ମାଷ୍ଟରମାଇଣ୍ଡ ଜଣେ ଗଞ୍ଜେଇ ମାଫିଆ ବୋଲି ଅନୁମାନ କରାଯାଉଛି । ଖବର ପାଇ ଫୁଲବାଣୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ