ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ବନ୍ଦ ଡାକରା
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ରାଷ୍ଟ୍ରୀୟ ଏକଦା ପରିଷଦ ତରଫରୁ ଦିଆଯାଇଥିବା ବନ୍ଦ ଡାକରାରେ ବାଲିଗୁଡାରେ ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି । ସ୍ଥାନୀୟ ପିଡବ୍ଲୁ ଛକ ଠାରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ସଦସ୍ୟମାନେ ଏକଜୁଟ ହୋଇ ରାସ୍ତାରୋକ କରିଥିଲେ । ଏଥିରେ ବିଭିନ୍ନ ପ୍ରକାରର ନାରାବାଜି ଦେଇଥିଲେ । ଆଦିବାସୀମାନଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର ଏବଂ ସେମାନଙ୍କ ବିରୋଧରେ ସଂସଦରେ ପ୍ରଣୟନ କରାଯାଉଥିବା ଆଇନ ପ୍ରତିବାଦରେ ୨୧ ଦଫାଦାବୀ ନେଇ ବନ୍ଦ ଡାକରା ଦିଆଯାଇଛି ।ବାଲିଗୁଡାରେ ବସ ଚଳାଚଳ ବନ୍ଦ ଥିବା ବେଳେ ଦୋକାନ ବଜାର କାଁଭାଁ ବନ୍ଦ ଥିବା ଦେଖିବାକୁ ମିଳିଥିଲା ।