ରାଷ୍ଟ୍ରୀୟ ଏକତା ଦିବସରେ ଶପଥ ପାଠ

ବୁଗୁଡା,(ଅନିଲ କୁମାର ମହାରଣା): ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଉପଲକ୍ଷେ ରାଷ୍ଟ୍ରୀୟ ଏକତା ଦିବସ ଅକ୍ଟୋବର ୩୧ ତାରିଖ ଦିନ ବୁଗୁଡାର ଶ୍ରୀ ଶ୍ରୀ ବିରଞ୍ଚିନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟରେ ପାଳିତ ହୋଇ ଯାଇଛି । ଲୌହ ମାନବଙ୍କ ୧୪୫ ତମ ଜୟନ୍ତୀ ଉପଲକ୍ଷେ ଆମ ଦେଶର ଏକତା ସୁଦୃଢ଼ ରଖିବା ପାଇଁ ଶିକ୍ଷା ଅନୁଷ୍ଠାନର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମହାପାତ୍ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନଙ୍କୁ ଶପଥ ପାଠ କରାଇଥିଲେ । ନିଜ ବକ୍ତବ୍ୟରେ ପ୍ରଧାନ ଶିକ୍ଷକ ଶ୍ରୀ ମହାପାତ୍ର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପଦକ୍ଷେପ ଯୋଗୁଁ ବହୁ ଦେଶୀୟ ରାଜ୍ୟକୁ ଭାରତ ବର୍ଷରେ ମିଶାଇ ଏକତା ପ୍ରତିଷ୍ଠା କରି ଏକ ଶକ୍ତିଶାଳୀ ଭାରତ ରାଷ୍ଟ୍ର ଗଠନ କରି ପାରିଥିବା ପ୍ରକାଶ କରିଥିଲେ । ଏଥିସହିତ ସମସ୍ତେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ