ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ମଞ୍ଜି ବଣ୍ଟନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଳକର ଦନେକବାଡ଼ି ପଞ୍ଚାୟତଠାରେ କୃଷି ବିକାଶ ଯୋଜନା ପକ୍ଷରୁ ଉଦ୍ୟାନ ବିଭାଗ ଦ୍ୱାରା ମହାମାରୀ କରୋନା ପାଇଁ ଚାଷୀମାନଙ୍କୁ ପାକଶାଳା ବଗିଚା ପାଇଁ ତଥା ପନିପରିବା ଚାଷ ପାଇଁ ମଞ୍ଜି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଳକ ଅଧ୍ୟକ୍ଷା ରୁଦା ମଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଞ୍ଜି ବଣ୍ଟନ କରିଥିଲେ। ସ୍ଥାନୀୟ ସହକାରୀ କୃଷି ଅଧିକାରୀ ପ୍ରିୟଙ୍କା ପ୍ରିୟଦର୍ଶନୀ ମଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବ୍ଳକର ୨୫ ପଞ୍ଚାୟତ ପାଇଁ ୧୭ଶହ ପ୍ୟାକେଟ୍‍ ମଞ୍ଜି ଆସିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୩ଟି ପଞ୍ଚାୟତରେ ମଞ୍ଜି ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦନେକବାଡ଼ି ସରପଞ୍ଚ ସୁଜାତା ପଡ଼୍ରା, ଉଦ୍ୟାନ ସଂପ୍ରସାରଣ କର୍ମୀ ଶ୍ରୀହରି ଦଳବେହେରା, ୱାର୍ଡ଼ ସଭ୍ୟ ରୁବେନ୍‍ ପ୍ରଧାନ, ରାଜେଶ ପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ