“ରାଷ୍ଟ୍ରୀୟ ପେନସନ୍ ଯୋଜନା(ଏନପିଏସ) ସଚେତନତା ଅଭିଯାନ”

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ରାଷ୍ଟ୍ରୀୟ ପେନସନ୍ ଯୋଜନାର ରାଜ୍ୟ ବ୍ୟାପୀ ସେବା ସପ୍ତାହ ତା.୧୨.୦୯.୨୦୨୨ରିଖ ଠାରୁ ତା.୧୭.୦୯.୨୦୨୨ରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲା ଟ୍ରେଜରି କାର୍ଯ୍ୟଳୟ ପକ୍ଷରୁ ରାଷ୍ଟ୍ରୀୟ ପେନସନ୍ ଯୋଜନାରେ ଅନ୍ତର୍ଭୁକ୍ତ ଓଡିଶା ସରକାରଙ୍କ ସମସ୍ତ କର୍ମଚାରୀ ସଂଲଗ୍ନ ଉଠାଣ ଓ ବିତରଣ ଅଧିକାରୀ ମାନଙ୍କୁ କୋଷାଗାର ନିର୍ଦ୍ଦେଶାଳୟ ଓଡିଶା ଅର୍ଥ ବିଭାଗର ସହକାରୀ ନିର୍ଦ୍ଦେଶକ,ଶୁଭଶ୍ରୀ ପ୍ରିୟଦର୍ଶିନୀ ତାଲିମ ପ୍ରଦାନ କରିଥିଲେ ।ପ୍ରାରମ୍ଭରେ ଜିଲ୍ଲା ଟ୍ରେଜରି ଅଧିକାରୀ ଭାଗ୍ୟଧର ମଲ୍ଲିକ ସମସ୍ତଙ୍କୁ ସ୍ଵାଗତ କରିବା ସହ କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ରାଷ୍ଟ୍ରୀୟ ପେନସନ୍ ଯୋଜନା ୦୧.୦୧.୨୦୦୫ ରିଖ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୨.୮ ଲକ୍ଷ କର୍ମଚାରୀ ଏହି ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି । ଏହି ଯୋଜନାରେ ଅନ୍ତର୍ଭୁକ୍ତ କର୍ମଚାରୀ ମାନେ କିପରି ସେମାନଙ୍କ ଜମା ରାଶି ତଦାରଖ କରିପାରିବେ’, କେଉଁଥିରେ ଜମା ରାଶି ବିନିଯୋଗ ହୋଇଛି, ରାଷ୍ଟ୍ରୀୟ ପେନସନ୍ ଯୋଜନାରେ ସାମିଲ ହେବାର ୩ ବର୍ଷ ପରେ – କେଉଁ କେଉଁ ପରିସ୍ଥିତିରେ ସେମାନଙ୍କ ନିଜ ଜମାରୁ ଶତକଡା ୨୫ ଭାଗ ବାହାର କରିପାରିବେ, ଅବସର’ ଗ୍ରହଣ ପରେ କିପରି ସେମାନଙ୍କ’ର ପ୍ରାପ୍ୟ ଓ ପେନସନ୍ ପାଇପାରିବେ ସେ’ ସମ୍ପର୍କରେ ପ୍ରାଞ୍ଜଳ ଭାବେ ସହକାରୀ ନିର୍ଦ୍ଦେଶକ ଶୁଭଶ୍ରୀ ପ୍ରିୟଦର୍ଶିନୀ ବୁଝାଇ ଥିଲେ । ରାଷ୍ଟ୍ରୀୟ ପେନସନ୍ ଯୋଜନା ବାବଦରେ ଯେଉଁମାନଙ୍କର ଯାହା ସନ୍ଦେହ ରହିଥିଲା ତାହା ଶୁଭଶ୍ରୀ ପ୍ରିୟଦର୍ଶିନୀ ସେମାନଙ୍କର ସନ୍ଦେହ ମୋଚନ କରିଥିଲେ ।ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ କିରାଣୀ ଦିଲ୍ଲୀପ କୁମାର ପଟ୍ଟନାୟକ, ଇଞ୍ଜିନିୟର ଅଶୋକ କୁମାର ସେନାପତି, ଟି. ସୌଜନ୍ୟା, ଜୀତେନ୍ଦ୍ର କୁମାର ସେଠୀ ପ୍ରମୁଖ ସହଯୋଗ କରିଥିଲେ । ସମସ୍ତ ବିଭାଗ’ର କର୍ମଚାରୀ ମାନେ ଏହି ସଚେତନତା କାର୍ଯ୍ୟକ୍ରମରେ ତାଲିମ ନେଇଥିଲେ । ଏହି ଅବସରରେ ସରୋଜ ଶତପଥୀ, ସହାୟକ ନିର୍ଦ୍ଦେଶକ ଟ୍ରେଜରି କାର୍ଯ୍ୟାଳୟ ଓ ଷ୍ଟାଫ କ୍ଵାଟର୍ର ର ସର୍ବାଙ୍ଗୀନ ଉନ୍ନତି ଉପରେ ଗୁରୁତ୍ଵାରୋପ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ