‘ରାଷ୍ଟ୍ରୀୟ ଭାରତକୁ ଜାଣ’ ପ୍ରତିଯୋଗିତା ସଫଳତାର ସହ ସମ୍ପନ୍ନ

ଭୁବନେଶ୍ୱର, : ଭାରତ ବିକାଶ ପରିଷଦ ଓଡ଼ିଶା ପ୍ରାନ୍ତ ଦ୍ୱାରା ଆୟୋଜିତ ରାଷ୍ଟ୍ରୀୟ ‘ଭାରତକୁ ଜାଣ’ ପ୍ରତିଯୋଗିତା ଆଜି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସରେ ସମାପନ ହୋଇଯାଇଛି । ସାରା ଦେଶର ୯ଟି କ୍ଷେତ୍ରରୁ ଆନୀତ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ୧୮ଟି ବିଭିନ୍ନ ବିଦ୍ୟାଳୟର ଦୁଇଜଣିଆ ଦଳ କନିଷ୍ଠ ଏବଂ ବରିଷ୍ଠ ବିଭାଗରେ ‘ଭାରତକୁ ଜାଣ’ କୁଇଜ ପ୍ରତିଯୋଗିତାରେ ଭାଗ ନେଇ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ଏହି ଜାତୀୟ ପ୍ରତିଯୋଗିତାକୁ ରାଷ୍ଟ୍ରୀୟ ପରିଷଦର ବୈଷୟିକ କମିଟିର ଡ. ତରୁଣ ଶର୍ମା, ରାକେଶ ସଚଦେବା, ଦୀପକ ରୋହିଆ ପ୍ରମୁଖ ପରିଚାଳନା କରିଥିଲେ । ଏହି ଜାତୀୟ ପ୍ରତିଯୋଗିତାରେ କନିଷ୍ଠ ବିଭାଗରେ ମଧ୍ୟକ୍ଷେତ୍ର ପ୍ରଥମ ସ୍ଥାନ, ପଶ୍ଚିମ କ୍ଷେତ୍ର ଦ୍ୱିତୀୟ ସ୍ଥାନ ଏବଂ ଉତ୍ତର ପଶ୍ଚିମ କ୍ଷେତ୍ର ତୃତୀୟସ୍ଥାନ ଅଧିକାର କରିଥିବା ବେଳେ ବରିଷ୍ଠ ବିଭାଗରେ ଉତ୍ତର ମଧ୍ୟ କ୍ଷେତ୍ର ପ୍ରଥମ ସ୍ଥାନ, ପଶ୍ଚିମ କ୍ଷେତ୍ର ଦି୍ୱତୀୟ ସ୍ଥାନ ଏବଂ ଉତ୍ତର ପଶ୍ଚିମ କ୍ଷେତ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ । ପ୍ରଥମ ସ୍ଥାନ ଅଧିକାର କରିଥିବା କନିଷ୍ଠ ଏବଂ ବରିଷ୍ଠ ପ୍ରତିଯୋଗୀ ଦଳଙ୍କୁ ପୁରସ୍କାର ଫଳକ, ପ୍ରମାଣ ପତ୍ର ସହ ୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କାର ଫଳକ ଏବଂ ପ୍ରମାଣ ପତ୍ର ସହିତ ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଓ ଫଳକ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅଂଶଗ୍ରହଣକାରୀ ୧୮ଟି ବିଦ୍ୟାଳୟମାନକୁ ମଧ୍ୟ ସମ୍ମାନ ସୂଚକ ଫଳକ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । କୁଇଜ ପରିଚାଳନା କରିଥିବା ବୈଷୟିକ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ମଧ୍ୟ ନୀଳଚକ୍ର-ଜଗନ୍ନାଥ ସ୍ମାରକୀ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ