ରାଷ୍ଟ୍ରୀୟ ଲୋକ ଅଦାଲତ ୨୫ ମାମଲା ଫଇସଲା : ୫. ୪୯ ଲକ୍ଷ ଆଦାୟ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ତାଲୁକ ଆଇନ୍ ସେବା କମିଟି ପକ୍ଷରୁ ସ୍ଥାନୀୟ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାଜଜ୍ ରାଜାରଞ୍ଜନ ପାଢୀ, ସିନିୟର ସିଭିଲ୍ ଜଜ୍ ସାଦ୍ୟାସ୍ନତା ପତି ଓ ଜେଏମଏଫସି ପ୍ରଜ୍ଞା ପରମିତା ପ୍ରତିହାରି ପ୍ରମୁଖ ଉପସ୍ଥିତ ରହି ସମୁଦାୟ ୨୫ ଟି ମାମଲାର ଫଇସଲା କରିଛନ୍ତି । ଏହି ବାବଦରେ ମୋଟ ୫ ଲକ୍ଷ ୪୯ ହଜାର ୧୯୫ ଟଙ୍କା ଆଦାୟ କରାଯାଇଥିଲା । ଗୋଟିଏ ମୋଟର ଜନିତ ଦୁର୍ଘଟଣା ମାମଲା ଫଇସଲା କରି ୨ ଲକ୍ଷ ୮୦ ହଜାର ଟଙ୍କା କ୍ଷତିପୂରଣ ବାବଦରେ ଆଦାୟ ହୋଇଥିବା ବେଳେ ୩ ଟି ବ୍ୟାଙ୍କ ମାମଲା ଫଇସଲା କରି ୧ ଲକ୍ଷ ୯୪ ହଜାର ୧୯୫ ଟଙ୍କା ଏବଂ ୬ ଟି ସିଭିଲ ମାମଲା ଫଇସଲା କରି ୭୫ ହଜାର ଟଙ୍କା ଆଦାୟ ହୋଇଥିଲା । ସେହିପରି ଏଫ୍‌ଆରଟି ୮ଟି , ୪ ବୈବାହିକ, ୱାନ୍‌ସିସି ୧ଟି, ପାରିବାରିକ ହିଂସା ୨ଟି ଏବଂ ୭ ଟି ଅପରାଧ ଜନିତ ମାମଲାର ମଧ୍ୟ ଫଇସଲା କରାଯାଇଥିଲା । ସରକାରୀ ଓକିଲ ଡମିନାଥ ସାହୁ, ଓକିଲ ଗୋକୁଳ ଚନ୍ଦ୍ର ପଣ୍ଡା, ସୁରେଶ ସେନାପତି, ପ୍ରଦୀପ କୁମାର ପାଢୀ, କୃଷ୍ଣଚନ୍ଦ୍ର ସାହୁ, ସୁରଜିତ ସାମନ୍ତରାୟଙ୍କ ସମେତ ବହୁ ଆଇନଜୀବୀମାନେ ମାମଲା ଗୁଡିକ ପରିଚାଳନା କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ