ରାଷ୍ଟ୍ରୀୟ ସ୍ତରରେ ହିଂଜିଳିକାଟୁ ପଂଚାୟତ ସମିତି ପୁରସ୍କୃତ

ହିଂଜିଳିକାଟୁ,(ଶେଷଦେବ ସାହୁ): ହିଂଜିଳିକାଟୁ ବ୍ଲକକୁ ୨୦୧୭-୧୮ ବର୍ଷ ପାଇଁ ରାଷ୍ଟ୍ରୀୟ ସ୍ତରରେ ପୁରସ୍କାର ମିଳିଛି । ବୁଧବାର ନୂଆଁଦିଲୀର ସି. ସୁବ୍ରମଣ୍ୟମ ଅଡ଼ିଟୋରିଅମରେ ଭାରତ ସରକାରଙ୍କ ପଂଚାୟତ ବିଭାଗ ପକ୍ଷରୁ ଦୀନ ଦୟାଲ ଉପାଧ୍ୟାୟ ପଂଚାୟତ ସଶକ୍ତିକରଣ ପୁରସ୍କାର ପ୍ରଦାନ କରାଯାଇଛି । ବୁଧବାର ରାଷ୍ଟ୍ରୀୟ ପଂଚାୟତ ପୁରସ୍କାର ୨୦୧୯ ସମାରୋହରେ କେନ୍ଦ୍ର ପଂଚାୟତରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଠାରୁ ଜିଲା ପଂଚାୟତ ଅଧିକାରୀ ଧର୍ମା ନନ୍ଦ ସେଠୀଆ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ପଚାଂୟତ ସ୍ତରରେ ଶେରଗଡ଼ ଗ୍ରାମ ପଂଚାୟତକୁ ମଧ୍ୟ ଏଥିରେ ପୁରସ୍କୃତ କରାଯାଇଛି । ଆସିକା ବ୍ଳକର ବରଗାଁ ଗ୍ରାମ ପଂଚାୟତକୁ ନାନାଜୀ ଦେଶମୁଖ ରାଷ୍ଟ୍ରୀୟ ଗୌରବ ଗ୍ରାମ ସଭା ପୁରସ୍କାର ପ୍ରଦାନ କରାଯାଇଛି । ଏଥିରେ ରାଜ୍ୟର ଅତରିକ୍ତ ସଚିବ ବିଜୟ କୁମାର ରଥ, ଆସିକା ସାଂସଦଙ୍କ ରାଜନୈତିକ ସହାୟକ ନୀଳମଣି ପଟ୍ଟନାୟକ,ଶେରଗଡ଼ ସରପଂଚ ଯାଜ୍ଞସେନୀ ପ୍ରଧାନ, ବରଗାଁ ସରପଂଚ ଶିବରାମ ନାହକ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ