ରାଷ୍ଟ୍ରୀୟ ସ୍ୱଂୟ ସଂଘ ପବିତ୍ର ବିଜୟା ଦିବସ ଉତ୍ସବ ଧୁମଧାମରେ ପାଳିତ

ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍): ଆଜିର ଇଂରାଜୀ ତାରିଖରେ ଭାରତର କିଛି ଦେଶପ୍ରେମୀଙ୍କ ଦ୍ୱାରା ଦେଶମାତୃକାର ସେବା ପାଇଁ ରାଷ୍ଟ୍ରୀୟ ସ୍ୱଂୟ ସଂଘ ପ୍ରତିଷ୍ଠା ହୋଇଥିଲା ।ଭାରତମାତାର ସୁରକ୍ଷା ,ଭାରତୀୟ ସଂସ୍କୃତି,ଭାରତୀୟ ମହାନ୍ ପରଂପରାଜୁ ଉଜ୍ଜୀବିତ କରିବା, ଭାରତୀୟଙ୍କୁ ଏକତାସୂତ୍ରରେ ବାନ୍ଧି ରଖିବା,ଭାରତବାସୀଙ୍କୁ ଭଲ ପାଇବା,ଦେଶମାତୃକାର ସୁରକ୍ଷା ପାଇଁ ଏହାର ଉଦେଶ୍ୟ ଥିଲା ।ଏହି ଉପଲକ୍ଷେ ରାଇରଙ୍ଗପୁର ରାଷ୍ଟ୍ରୀୟ ସ୍ବୟଂ ସଂଘର ନେତୃବୂନ୍ଦ,ସଦସ୍ୟମାନେ ପାରଂପାରିକ ଖାକି ପୋଷାକ ,ଲାଠି ଓ ପତାକା ଧରି ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ରାଇରଙ୍ଗପୁର ଷ୍ଟାଡିୟମ ପଡିଆରେ ପହଞି ଥିଲେ ।ସେଠାରେ ମୁଖ୍ୟଅତିଥି ବିଶିଷ୍ଟ ସାହିତ୍ୟିକ ତଥା ଅଧ୍ୟାପକ ଡଃ ଦିଗମ୍ବର ଗିରି ପ୍ରଦୀପ ପ୍ରଜ୍ବଳନ ଏବଂ ଶସ୍ତ୍ର ପୂଜନ କରିଥିଲେ । ରାଷ୍ଟ୍ରୀୟ ସ୍ବୟଂ ଧ୍ବଜ ଲଗାଯାଇଥିଲା ।ସ୍ବୟଂ ସେବକ ମାନେ ଦଣ୍ଡର ପ୍ରୟୋଗ,ନିୟୁତ,ଯୋଗାସନ ପରେ ଘୋଷ୍ ପ୍ରଦର୍ଶନ କରିଥିଲେ ।ମୁଖ୍ୟ ବକ୍ତା ଶ୍ରୀଯୁକ୍ତ କମଳେଶ ଦାସ ଇତିହାସ ସଂକଳନ ସମିତିର କ୍ଷତ୍ରିୟ ସଂଯୋଜକ ରାଷ୍ର ଗଠନରେ ରାଷ୍ଟ୍ରୀୟ ସ୍ବୟଂ ସଂଘର ଭୂମିକା ଏବଂ ପାରିବାରିକ ଜୀବନ ପ୍ରତିଟି ବ୍ୟକ୍ତିର ଭୂମିକା ଉପରେ ଆଲୋକପାତ କରିବା ସହ ରାଷ୍ଟ୍ରୀୟ ସ୍ବୟଂ ସଂଘ କିଭଳି କାର‌୍ୟ୍ୟ କରୁଛି ତାହା ଉପରେ ଆଲୋକପାତ କରିଥିଲେ ।ଏଥିରେ ବିଭାଗ ସଂଘ ଚାଳକ ରତିକାନ୍ତ ବୈଦ,ଜିଲ୍ଲା ସଂଘ ଚାଳକ ଜଗବଂଧୁ ମହାନ୍ତ ଏବଂ ରାଇରଙ୍ଗପୁର ଜିଲ୍ଲାର ୧୨ ଟି ଖଣ୍ଡରୁ ୧୬୨ ଜଣ ସ୍ବୟଂ ସେବକ କାର‌୍ୟ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ