ଗୁଣିଗାରେଡି ସନ୍ଦେହ ରେ ମହିଳାଙ୍କୁ ଆକ୍ରମଣ ଘଟଣା : ୩ ଗିରଫ
ବେଲଗୁଣ୍ଠା ,(ଯୁଗାବ୍ଦ ନ୍ୟୁଜ୍): ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକରେ ଅଭାବନୀୟ ଘଟଣା । ଗୋଲାପଡା ଗ୍ରାମରେ ଜଣେ ମହିଳାଙ୍କୁ ଗୁଣି ଗାରେଡି ସନ୍ଦେହରେ ଗୋଟିଏ ପରିବାରର ତିନିଜଣ ମିଶି ମାଡ ମାରିଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ପୋଲିସ ସୁତ୍ରରୁ ମିଳିଥିବା ଖବର ଅନୁସାରେ, ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ଗୋଲାପଡା ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ସ୍ତ୍ରୀ ପ୍ରଭାସିନୀ ବିଶ୍ୱାଳ(୪୫) ସେ ପ୍ରାୟ ୨୦ବର୍ଷ ହେବ ନିଜ ପୈତୃକ ଗ୍ରାମ କୁରୁମପଢ଼ାଳରେ ରହିଆସୁଥିଲେ ।କିଛି ଦିନ ତଳେ କୁରୁମ ପଢ଼ାଳର ସୁରେନ୍ଦ୍ର ବିଷୋୟୀଙ୍କ ପୁଅ ନିର୍ମଳ ବିଷୋୟୀ(୧୧)ଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା ।ତାକୁ ଜ୍ୱର, ବାନ୍ତି ହେବା ସହ ମୁଣ୍ଡ ବୁଲେଇ ହୋଇଥିଲା ।ନିର୍ମଳ କୁଆଡେ ନିଜ ମା ବଦଳରେ ତା ମା ପ୍ରଭାସିନୀ ବୋଲି କହି ପ୍ରଭାସିନୀ ହିଁ ଖାଇବାକୁ ଦେଲେ ଖାଇବି ବୋଲି କହିଥିଲା ।ଏହାକୁ ନେଇ ସୁରେନ୍ଦ୍ରର ସ୍ତ୍ରୀ ଭାଗ୍ୟ,ଭାଇ ସୁବାଷ, ସୁବାଷଙ୍କ ସ୍ତ୍ରୀ ଅଞ୍ଜଳି ତିନି ଜଣ ମିଶି ଶୁକ୍ରବାର ସଂଧ୍ୟାରେ ପ୍ରଭାସିନୀର ଘରକୁ ଯାଇ ତାକୁ ମାଡ ମାରିଥିବା ନେଇ ପ୍ରଭାସିନୀ ବେଲଗୁଣ୍ଠା ଫାଣ୍ଡି ରେ ଏତାଲା ଦେଇଥିଲେ ।ଏତାଲାକୁ ଭିତ୍ତି କରି ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ୩୨୭/୧୯ରେ ଏକ ମାମଲା ରୁଜୁ କରି ଭାଗ୍ୟ, ସୁବାଷ, ଓ ଅଞ୍ଜଳିକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ କହିଛନ୍ତି ।


