ରାଷ୍ଟ୍ରୀୟ ସ୍ଵୟଂସେବକ ଓ ବଜରଙ୍ଗ ଦଳର ବାଇକ ଶୋଭାଯାତ୍ରା
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :- ଧର୍ମାନ୍ତରୀକରଣ, ଗୋହତ୍ୟା, ଜେହାଦୀ ବାଂଲାଦେଶୀ ଅନୁପ୍ରବେଶକାରୀ, ମୁସଲମାନ ଅତ୍ୟାଚାର ହେଉଥିବା ଅଭିଯୋଗ କରି ରାଷ୍ଟ୍ରୀୟ ସ୍ଵୟଂସେବକ ଓ ବଜରଙ୍ଗ ଦଳର ବାଇକ ଶୋଭାଯାତ୍ରା ଆଜି ପାରଳାଖେମୁଣ୍ଡି ଠାରେ ପହଞ୍ଚିଛି । ଏସଂକ୍ରାନ୍ତରେ ଜିଲ୍ଲାର ଅଡବା ଠାରୁ ଆରଏସଏସ କର୍ମୀଙ୍କ ଏକ ବାଇକ ରାଲି ବାହାରି ମୋହନା ରା ଉଦୟଗିରି ନୁଆଗଡ ଓ ରାୟଗଡ଼ ପରିକ୍ରମା କରି ପାରଳାଖେମୁଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା । ସେଠାରେ ଜିଲ୍ଲାପାଳଙ୍କୁ ଭେଟି ଉପରୋକ୍ତ ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ ସଂଗଠନର ନେତୃବୃନ୍ଦ । ଏହି ରାଲିରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶତାଧିକ ଆର ଏସ ଏସ ଓ ବଜରଙ୍ଗ ଦଳର ସମର୍ଥକ ଯୋଗ ଦେଇ ଜୟ ଶ୍ରୀରାମ, ଗୋହତ୍ୟା ବନ୍ଦ କର, ଜେହାଦୀଙ୍କ ଗତିବିଧି ବନ୍ଦ କର, ଧର୍ମାନ୍ତରୀକରଣ ବନ୍ଦ କର, ଆଦି ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ପାରଳାଖେମୁଣ୍ଡି ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ଏକ ସଭା ଆୟୋଜନ କରି ସେଠାରେ ହିନ୍ଦୁ ସମାଜର ସୁରକ୍ଷା ସହ ଜିଲ୍ଲାରେ ବିଭିନ୍ନ ସମୟରେ ହିନ୍ଦୁ ମାନଙ୍କର ଉପରେ ହେଉଥିବା ନିର୍ଯାତନା ତଥା ଧର୍ମାନ୍ତରୀକରଣ, ମୁସଲମାନ ମାନଙ୍କ ପ୍ରାଦୁର୍ଭାବ ଉପରେ ଆଲୋଚନା ହୋଇଥିଲା ।


