ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ଆମ୍ବେଦକର ଜୟନ୍ତୀ

କଟକ, (ଯୁଗାବ୍ଦ ନ୍ୟୁଜ) : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, କଟକ ନଗର ଶାଖା ତରଫରୁ ମହାନ ଜନନାୟକ ସାମାଜିକ ସମରସତାର ପ୍ରବକ୍ତା ଭାରତ ରତ୍ନ ଡ.ଭୀମରାଓ ରାମୋଜୀ ରାଓ ଆମ୍ବେଦକରଙ୍କ ୧୪୧ ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି । ଏହି ଅବସରରେ କଟକ ଉଚ୍ଚନ୍ୟାୟାଳୟ ସନ୍ନିକଟ ଡ. ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ପୂର୍ବକ ଏକ ସଭାର ଆୟୋଜନ ହୋଇଥିଲା । କଟକ ଜିଲ୍ଲା ସଂଘଚାଳକ ବିପିନ ବିହାରୀ ରାଉତ, ଧର୍ମ ଜାଗରଣ ସମନ୍ୱୟର କ୍ଷେତ୍ର ସଂଯୋଜକ ବିନୟ କୁମାର ଭୂୟାଁ, ପ୍ରାନ୍ତ ସଂପର୍କ ପ୍ରମୁଖ ଆଡଭୋକେଟ ସର୍ବେଶ୍ୱର ବେହେରା ତଥା ସଂଘର ପ୍ରାନ୍ତ ସଦ୍‌ଭାବନା ପ୍ରମୁଖ କୁମର ସାହୁ ମାଲ୍ୟାର୍ପଣ କରିଥିଲେ । କଟକ ନଗର କାର୍ଯ୍ୟବାହ କୁଳମଣି ପ୍ରଧାନ ଡ. ଆମ୍ବେଦକରଙ୍କ ସ୍ମୃତି ଚାରଣ କରିଥିଲେ । ଏହି ସଭାରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର କ୍ଷେତ୍ର ସଂଗଠନ ସଂପାଦକ ନାରାୟଣ ନାୟକ, ବିଭାଗ ପ୍ରଚାରକ ଲକ୍ଷ୍ମୀଧର ପରିଡା, ହିନ୍ଦୁ ଜାଗରଣ ସାମ୍ମୁଖ୍ୟର ପ୍ରାନ୍ତ ସଂଯୋଜକ ତନ୍ମୟ କୁମାର ଦାଶ, ତପନ କୁମାର ଦାଶ, ଚିତ ରଂଜନ ମହାନ୍ତି ଓ ବିଘ୍ନେଶ୍ୱର ସାଇଁଙ୍କ ସମେତ କଟକର ସ୍ୱୟଂସେବକମାନେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ