ରାସନ ସାମଗ୍ରୀ ବଣ୍ଟନ ବେଳେ ମାସ୍କକୁ ଗୁରୁତ୍ୱ
ହାଟଡ଼ିହି (ଓ୍ବାଇଏନ୍ଏସ୍) : ସରକାର ଆଜିଠାରୁ ମାସ୍କ ପିନ୍ଧିବା ବାଧ୍ୟତା ମୁଳକ କରିବାପରେ ବିଭିନ୍ନ ପଞ୍ଚାୟତରେ ପିଡିଏସ ସାମଗ୍ରୀ ବଣ୍ଟନ ସମୟରେ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେଇଛନ୍ତି । ପଞ୍ଚାୟତ ପକ୍ଷରୁ ପ୍ରତି ପରିବାରକୁ ଦୁଇଟି ଲେଖାଏଁ ମାସ୍କ ଦିଆଯାଇଥିବାବେଳେ ଏହାର ସଦୁପଯୋଗ କରିବା ସହିତ ଯେଉଁମାନେ ମାସ୍କ ନପିନ୍ଧିବେ କିମ୍ବା ରୁମାଲ, ତଉଲିଆରେ ମୁହଁ ଘୋଡାଇ ନହେବେ ସେମାନଙ୍କୁ ରେସନ ସାମଗ୍ରୀ ଦିଆଯିବ ନାହିଁ ବୋଲି କୁହାଯାଇ ସଚେତନ କରିବା ଦ୍ୱାରା ଲୋକମାନେ ମାସ୍କ ପିନ୍ଧା ସାମାଜିକ ଦୁରତାରେ ଠିଆହୋଇ ରେସନ ସାମଗ୍ରୀ ନେଉଥିବା ଦେଖିବାକୁ ମିଳିଛି । ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳ ନିଜେ ଉପସ୍ଥିତ ରହି ଲୋକମାନଙ୍କୁ ମାସ୍କ ପିନ୍ଧିବା ଓ ସାବୁନରେ ହାତ ଧୋଇବା ପାଇଁ ସଚେତନ କରୁôତବା ଦେଖିବାକୁ ମିଳିଥିଲା । ସେହିପରି କଳିଗାଁ ପଞ୍ଚାୟତରେ ଜିଆରଏସ ବଳରାମ ମଲ୍ଲିକ, ଓ ଆମ୍ବୋ ପଞ୍ଚାୟତରେ ସରପଞ୍ଚ ରାମଚନ୍ଦ୍ର ଦାସ ଲୋକମାନଙ୍କୁ ବୁଝାଇ ମାସ୍କ ପିନ୍ଧିଲେ କିପରି କରୋନା ନବ୍ୟାପିବ ସେନେଇ ସଚେତନ କରିଛନ୍ତି । ପିଡିଏସ ସାମଗ୍ରୀ ନେବାବେଳେ ସାମାଜିକ ଦୁରତା ରକ୍ଷା କରିବା ସହିତ ମାସ୍କ ପିନ୍ଧି ଚାଉଳ, ଗହମ ନେଉଥିବା ଦେଖିବାକୁ ମିଳିଛି ।


