ରାସ୍ତାକଡ଼ରୁ ଉଦ୍ଧାର ହେଲା ନବଜାତକ
ଯାଜପୁର- ପୁଣି ଶିଶୁ କନ୍ୟା ଅଲୋଡ଼ା। ରାସ୍ତା କଡରୁ ଉଦ୍ଧାର ହେଲା ନବଜାତକ। ଏଭଳି ଅଭାବନୀୟ ଘଟଣା ଘଟିଛି ବଡ଼ଚଣା ବ୍ଲକ ତିଳପଦା ଗ୍ରାମ ନିକଟରେ। ଆଜି ସକାଳୁ ଦର୍ପଣ-କଳକଳା ପୂର୍ତ୍ତ ବିଭାଗ ରାସ୍ତାର ତିଳପଦା ଗ୍ରାମ ନିକଟରେ ଏକ ନବ ଜାତକ ଶିଶୁ କନ୍ୟା ରାସ୍ତା କଡରେ ପଡି କାନ୍ଦୁଥିବାର ସ୍ଥାନୀୟ ଲୋକେ ଶୁଣିବାକୁ ପାଇଥିଲେ। ପରେ ଶିଶୁକନ୍ୟାଟିକୁ ଗ୍ରାମବାସୀ ଉଦ୍ଧାର କରି ଜଣକ ଘରେ ରଖି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟକୁ ସୂଚନା ଦେଇଛନ୍ତି। ଉଦ୍ଧାର ହୋଇଥିବା ଶିଶୁକନ୍ୟାଟିର ଅବସ୍ଥା ଭଲ ଥିବା ବେଳେ ୩/୪ଦିନ ହେବ ଜନ୍ମଲାଭ କରିଥିବା ଅନୁମାନ କରାଯାଉଛି।