ରାସ୍ତାରୁ ଗୋଟାଇଥିବା ଟଙ୍କାକୁ ମହିଳାଙ୍କୁ ଫେରାଇଲେ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ରାସ୍ତାରୁ ଗୋଟାଇଥିବା ନଗଦ ଟଙ୍କା,ଆଧାର କାର୍ଡ୍ ଏବଂ ଏଟିଏମ୍ କାର୍ଡ଼କୁ ମହିଳାଙ୍କୁ ଫେରାଇ ନିଜ ମହାନତା ଦେଖାଇଛନ୍ତି I ସୂଚନା ପ୍ରକାରେ ଜିଲିବା ଗ୍ରାମର ରଞ୍ଜନା ପ୍ରଧାନ (୪୫) କୌଣସି କାମରେ ବେଲଗୁଣ୍ଠା ଆସିଥିବା ବେଳେ ନିଜର ନଗଦ ୧୮୩୦ ଟଙ୍କା ସହିତ ଆଧାର କାର୍ଡ୍ ଏବଂ ଏଟିଏମ୍ କାର୍ଡ୍ ହଜାଇ ଦେଇଥିଲେ I ଏହି ଟଙ୍କା, ଆଧାର କାର୍ଡ୍ ଏବଂ ଏଟିଏମ୍ କାର୍ଡ଼କୁ ବେଲଗୁଣ୍ଠା ୧୦ ନମ୍ବର କାଉନସିଲର୍ ପ୍ରତିନିଧି ଜିତେନ୍ଦ୍ର ସୁବୁଦ୍ଧି ପାଇବା ପରେ ଆଧାର କାର୍ଡ୍ ରୁ ମହିଳାଙ୍କ ଠିକଣା ଜାଣି ତାଙ୍କୁ ଫୋନ୍ କରି ଡକାଇ ଟଙ୍କା ଏବଂ କାରାଦଣ୍ଡରେ ଫେରାଇଦେଇଥିଲେ I ନିଜର ହଜିଯାଇଥିବା ଟଙ୍କା ଏବଂ ସାମଗ୍ରୀ ପାଇବା ପରେ ମହିଳା ଜଣଙ୍କ ଜିତେନ୍ଦ୍ର ସୁବୁଦ୍ଧିଙ୍କୁ କୃତଜ୍ଞତା ଜଣାଇଥିଲେ I ଜିତେନ୍ଦ୍ରଙ୍କ ଏହିଭଳି କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ବ୍ୟକ୍ତି ଏବଂ ସଂଗଠନ ଶୁଭେଚ୍ଛା ଜଣାଇଛନ୍ତି I


