ରାସ୍ତାରେ ନାଳପାଣି ଜମି ଜନଜୀବନ ଅସ୍ତବ୍ୟସ୍ତ

କୁକୁଡାଖଣ୍ଡି , (ଯୁଗାବ୍ଦ ନ୍ୟୁଜ): କୁକୁଡାଖଣ୍ଡି ବ୍ଲକର ସହର ତଳି ଅଞଳ ବଜ୍ରନଗର ଓ ବ୍ୟାକଂ କଲୋନୀ ଅଞଳରେ ମଗଂଳବାର ଅପରାହ୍ନରେ ଅସରାଏ ବଷାରେ ନାଳ ପାଣି ରାସ୍ତାରେ ଭାସିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଥିଲା। ରାସ୍ତାରେ ୨ଫୁଟ ଉଚରେ ପାଣି ର ସୁଅ ଚାଲିଥିଲା ଫଳରେ ଦୀର୍ଘ ୩ ଘଣ୍ଟା ଧରି ରାସ୍ତାରେ ଯାତାୟତ ଅସମ୍ଭବ ହୋଇପଡିଥିଲା।କିଛି ସ୍ଥାନରେ ନାଳପାଣି ଘରେ ମଧ୍ୟ ପଶିଥିଲା।ନାଳ ଗୁଡିକ ସଫା ନହେବା ଯୋଗୁଁ ଟିକିଏ ବଷା ହେଲେ ପ୍ରତିଥର ନାଳପାଣି ନିଷ୍କାସନ ନହୋୋଇ ରାସ୍ତା ଉପରେ ଜମିରରହୁଛି ।ସ୍ଥାନୀୟ ବାସିନ୍ଧା ବହୁବାର ଅଭିଯୋଗ କରିଲେ ମଧ୍ୟ ପ୍ରଶାସନ କନ୍ନପାତ କରୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ