ରାସ୍ତା କଡରେ ପ୍ରସବ ଘଟଣା : ଡାକ୍ତର ସାଜିଲେ ଦେବଦୂତ
ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ୍) : ଗଂଜାମ ଜିଲ୍ଲା ଦକ୍ଷିଣ ଓଡିଶାର ପ୍ରାଣକେନ୍ଦ୍ର ତଥା ବାଣିଜ୍ୟକ ପେଣ୍ଠ ବ୍ରହ୍ମପୁର ସହର ବଡ ମେଡିକାଲ ଠାରୁ ମାତ୍ର ଅଧେକିଲୋମିଟର ଦୂରତାରେ ଜଣେ ମହିଳା ଦୀର୍ଘ ୪୫ ମିନିଟ୍ ଧରି ଅସହ୍ୟ ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇ ସନ୍ତାନ ଜନ୍ମ କରିବା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ୍ର ଏହି ସମୟରେ ସେହି ରାସ୍ତା ରାଜପଥ ଦେଇ ଯାଉଥିବା ଜଣେ ଡାକ୍ତର ମ୍ୟାଡାମ୍ ସେଠାରେ ଅଟକି ନିଜର ମାନବିକତା ଦେଖାଇ ମହିଳା ନିକଟରେ ପହଞ୍ଚି ଦେବଦୂତ ଭାବେ ପହଞ୍ଚି ସାହାର୍ଯ୍ୟ କରିଥିଲେ । ଏହା ପରେ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ମା ଓ ସନ୍ତାନ ସୁରକ୍ଷିତ ଥିବା ଡାକ୍ତର କହିଛନ୍ତି । ଡାକ୍ତରାଣୀଙ୍କ ଏହି ମାନବିକତା ପାଇଁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଆଜ ବିଭିନ୍ନ ଦିଗରୁ ଶୁଭେଚ୍ଛାର ସୁଅ ଛୁଟିଛି ।\n