ରାସ୍ତା କଡ଼ ଚା ଦୋକାନରୁ ଚା ପିଇ ସାଧାରଣ ଲୋକଙ୍କ ସହ କଥା ହେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଆଜି ଆନ୍ତର୍ଜାତୀୟ ଯୋଗ ଦିବସରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ କୋଣାର୍କ ଗସ୍ତ ଅବସରରେ ଯୋଗ କାର୍ଯ୍ୟକ୍ରମ ପରେ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ କୋଣାର୍କର ପାରିପାର୍ଶ୍ୱକ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ ବୁଲି ଦେଖିବା ବେଳେ କୋଣାର୍କ ରିଂ ରୋଡ଼ ନିକଟରେ ଥିବା ଏକ ଚା ଦୋକାନରେ ବେଶ କିଛି ସମୟ ଅଟକି ଚା ପିଇବା ସହ ସାଧାରଣ ଲୋକଙ୍କ ସହ କଥା ହୋଇଥିଲେ । ଉପମୁଖ୍ୟମନ୍ତ୍ରୀ ଙ୍କ ଏଭଳି ଆଚରଣ ଦେଖି ସ୍ଥାନୀୟ ଲୋକେ ବେଶ ଖୁସି ବ୍ୟକ୍ତ କରିଥିଲେ ।