ରାସ୍ତା କଡେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ଏକ୍ସପୟେର ଥଣ୍ଡାପଡ଼ିଛି
ମୋହନା,(ଅଂଶୁମାନ ପଣ୍ଡା): ମୋହନା ରାଜ୍ୟରେ ବିଭିନ୍ନ ଥଣ୍ଡା ମୃଦୁପାନୀୟ ଖୋଲିଛି | ହେଲେ ସେ ଗୁଡ଼ିକ ସରକାରୀ ନିୟମାବଳୀ ଅନୁସାରେ ଖୋଲା ହୋଇଛି | ନା ଲୁଚା ଛପାରେ ଚାଲିଛି, ପାଣି ବୋଟଲ ମଧ୍ୟ ବିନା ପ୍ରମାଣ ପତ୍ରରେ ଚାଲିଛି ଯାହା କି ଲୋକେ ପିଇ ରୋଗରେ ଆକ୍ରାନ୍ତ ହେଉଛନ୍ତି | ହେଲେ ଏଥି ପ୍ରତି ପ୍ରଶାସନର ନଜର ପଡୁନି ଏଭଳି କିଛି ଦେଖିବାକୁ ମିଳିଛି | ମୋହନା ଅଞ୍ଚଳରେ ମୋହନା ଠାରୁ ଅଠର ନଳା ଯିବା ରାସ୍ତା କଡରେ ଏକ୍ସପୟେର ହୋଇଥିବା ଥଣ୍ଡା ଆମ୍ବ ଜୁସ, ଥଣ୍ଡା ପାନୀୟ ଜଳ ଗୁଡ଼ିକ ରାସ୍ତା କଡେ ଫୋପାଡ଼ି ଦିଆ ଯାଇଛି | ଏଗୁଡ଼ିକ ଗରିବ ଲୋକଙ୍କୁ ଠକିବା ପାଇଁ ରଖିଥିଲା ଖବର ପ୍ରସାରଣ ପରେ କାଳେ ଖାଉଟି ଅଧିକାରୀ ଯାଞ୍ଚ କରିବେ ସେ ଭୟରେ ରାତି ଅଧରେ ତାହା ଫିଙ୍ଗା ଯାଇଛି | ଏହାର ତଦନ୍ତ କିଏ କରିବ ଆଉ ଲୋକଙ୍କୁ ମାରିବା ପାଇଁ ଚାଲିଥିଲା କି ଏହି ବ୍ୟବସାୟୀ ଏହାର ତଦନ୍ତ କରି ଉଚିତ ପଦେକ୍ଷପ ନେବା ଜରୁରୀ ବୋଲି ଅଞ୍ଚଳ ବାସୀ ଦାବି କରିଛନ୍ତି | ମୋହନାରେ ମାଳ ମାଳ ହୋଲସେଲେ ବେପାରୀ ଯାହାକି ଚଡ଼ାଦର ରେ ବିକ୍ରି କରିବା ସହ ସାମଗ୍ରୀକୁ ଘରେ ଷ୍ଟକ ରଖି ଚଡାଦରରେ ବିକ୍ରି କରୁଛନ୍ତି | ଏପରି କି ବିନା କାଗଜପତ୍ରରେ ସାମଗ୍ରୀ ଏକ୍ସପୟେର ବିକ୍ରି କରୁଛନ୍ତି | ଅନେକ ସମୟରେ ଏହା ତଦନ୍ତ କରି ଏଜେନ୍ସି ମାନଙ୍କ ଉପରେ ଦୃଡ଼ କାର୍ଯ୍ୟ ଅନୁଷ୍ଠାନ ନେବା ଦରକାର ବୋଲି ଗ୍ରାହକ ମାନେ କହିଛନ୍ତି |


