ରାସ୍ତା କାର୍ଯ୍ୟ ବୁଲି ଦେଖିଲେ ଏମଏମଏସୱାଇ ଉପଦେଷ୍ଟା

ବନ୍ତ, (ଚାନ୍ଦିନୀ ମହାନ୍ତି):ଏମଏମଏସୱାଇ ଉପଦେଷ୍ଟା ସବିତା ମହାପାତ୍ର ବନ୍ତ ବ୍ଲକ ଗ୍ରସ୍ତରେ ଆସି ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ନିର୍ମିତ ହୋଇଥିବା ଦୁଇଟି ରାସ୍ତାକୁ ବୁଲି ଦେଖିôଥିବା ଜଣାଯାଇଛି । ଗ୍ରସ୍ତ ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ଭଦ୍ରକ(୧)ର ନିର୍ବାହୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ସାହୁ, ବନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସୂପର୍ଣ୍ଣା ସୋରେନ୍‌, ସହକାରୀ ଯନ୍ତ୍ରୀ ସୁରଥ କୁମାର ବେହେରା ଉପସ୍ଥିତ ଥିଲେ । ଉପଦେଷ୍ଟା ଶ୍ରୀମତୀ ମହାପାତ୍ର ଗଣିଜାଙ୍ଗ- ଅଣ୍ଢିଆ ରାସ୍ତାର ନରସିଂହପୁର ଛକ ଠାରୁ ବନ୍ତ-ବାରିକପୁର ଆର୍‌.ଡି ରାସ୍ତାର ପଛତୀରା ଛକ ଭାୟା ରଘୁନାଥପୁର ଏବଂ ତରାଗୋ ଆର୍‌.ଡି ରାସ୍ତା ଠାରୁ ପଙ୍ଗୀରା ଭାୟା ସୁନାଗଢିଆ ବେଲମଳା ଓ ଗଭିଗଢିଆ ଶାସନ ରାସ୍ତା ପରିଦର୍ଶନ କରିଥିଲେ । ସେ ରାସ୍ତା କାର୍ଯ୍ୟର ମାନ ଯାଞ୍ଚ କରି ସନ୍ତୋଷବ୍ୟକ୍ତ କରିଥିଲେ । ଏହାସହିତ ସ୍ଥାନୀୟ ଜନପ୍ରତିନିଧି ଓ ଲୋକଙ୍କ ସହ ଆଲୋଚନା କରି ଯୋଜନା ବିଷୟରେ ବୁଝାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ