ରାସ୍ତା ନିର୍ମାଣ ବେଳେ ବେଆଇନ ଗଛକଟା ମାମଲାରେ ଜଣେ ଅଭିଯୁକ୍ତ ଗିରଫ
ଯୋଡା,(ସମୀର କୁମାର ଦାସ) : ଚଂପୁଆ ରେଞ୍ଜ ଅନ୍ତର୍ଗତ ପିଢପୋଖରୀ ସଂରକ୍ଷିତ ଜଙ୍ଗଲରେ ବନ ବିଭାଗର ଅନୁମତି ନଥାଇ ବେଆଇନ ଭାବେ ଗଛ କାଟି ରାସ୍ତା ନିର୍ମାଣ କରୁଥିବା ଅଭିଯୋଗରେ ବନ ବିଭାଗ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ବାଂଶପାଳ ବ୍ଲକ ଅନ୍ତର୍ଗତ ଉପର କାଦକଳା ଅଂଚଳର ଲାଲମୋହନ ଘଣା । ସୂଚନାଯୋଗ୍ୟ କି ଗତ ୨୮ ତାରିଖରେ ପିଢପୋଖରୀ ସଂରକ୍ଷିତ ଜଙ୍ଗଲରେ ବନ ବିଭାଗର ଅନୁମତି ନ ନେଇ ମେସିନ ଯୋଗେ ଗଛ କାଟି ରାସ୍ତା ନିର୍ମାଣ କରାଯାଉଥିବା ବେଳେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ଏଥିରେ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଏଥିରେ ବ୍ୟବହୃତ ପକଲେନ ମେସିନ କୁ ଜବତ କରିଥିଲା । ଏହାର ଅଧିକ ଖୋଡତାଳ ବନ ବିଭାଗ ପକ୍ଷରୁ କରାଯାଉଥିବା ବନପାଳ ଜ୍ୟେତିନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।


