ଚାନ୍ଦପୁର ରେ ବକ୍ରାଙ୍ଗୀ କେନ୍ଦ୍ର ଉଦଘାଟିତ

ଚିକିଟି,(କୁରେଶୁ ସାହୁ): ଚିକିଟି ବ୍ଲକ ଚାନ୍ଦପୁର ଛକ ରେ ୟୁନିଅନ ବ୍ୟାଙ୍କ ର ବକ୍ରାଙ୍ଗୀ ଶାଖା ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ଚିକିଟି ଆନ୍ଧ୍ର ବ୍ୟାଙ୍କ ମେନେଜର ଵିନୋଦ କୁମାର ଯୋଗ ଦେଇ ଉଦଘାଟନ କରି ସଙ୍କୁଚିତ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ମଧ୍ୟରେ ସବୁସ୍ତର ର ଗ୍ରାହକ ଏହି ବକ୍ରାଙ୍ଗୀ ମାଧ୍ୟମରେ ସୁବିଧା ପାଇବେ ବୋଲି ମତ ରଖିଥିଲେ । ବକ୍ରାଙ୍ଗୀ ରାଜ୍ୟ ଶାଖା ମୁଖ୍ୟ ଦେବକାନ୍ତ ସାମଲ,ତୁସାରକାନ୍ତ ପ୍ରଧାନ, ଜିଲ୍ଲା ସଂଯୋଜକ ରାଜେଶ ପଟନାୟକ,ବ୍ଲକ ସଂଯୋଜକ ନୀଳମାଧବ ନାୟକ ଯୋଗ ଦେଇ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ଏଠାରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହ ଏ ଟି ଏମ, ଇନ୍ସୁରେନ୍ସ, ଇ କମରସ ର ସୁବିଧା ଉପଲବ୍ଧ ହେବ ବୋଲି ପ୍ରୋପ୍ରାଇଟର ଶୁଙ୍କୁରୁ ଚିନ୍ତାମଣି ପ୍ରକାଶ କରିଛନ୍ତି । ବହୁ ଦିନ ରୁ ଏଠାରେ ବ୍ୟାଙ୍କ ନ ଥିବା ହେତୁ ଲୋକେ ନାନା ହଇରାଣ ହେଉଥିଲେ । ଉଦଘାଟନ ପରେ ଗ୍ରାହକ ମହଲରେ ଖୁସି ର ବାତାବରଣ ଖେଳି ଯାଇଛି।  କାର୍ଯ୍ୟକ୍ରମ ରେ ନାରାୟଣ ସୁବୁଦ୍ଧି, ଏସ.ଆଖଣ୍ଡଳମଣି,ଏସ. ଚନ୍ଦ୍ରମଣି, ନୀଳମାଧବ ସାହୁ ଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ