ରାସ୍ତା ପାଶ୍ୱର୍କୁ ଓଲଟିଲା ଲୁହା ଗୁଣ୍ଡ ବୋଝେଇ ଟ୍ରକ ; ଅଳ୍ପକେ ବର୍ତ୍ତିଲେ ଚାଳକ 

ଛତ୍ରପୁର,(ଦେବଦତ୍ତ ମହାରଣା) : ଛତ୍ରପୁର ଥାନା ଅନ୍ତର୍ଗତ ଏ-୧ ଢାବା ସମ୍ମୁଖରେ ଥିବା ଜାତୀୟ ରାଜପଥ ପାଶ୍ୱର୍ରେ ବୁଧବାର ଅପରାହ୍ନ ୪ଟା ରେ ଏକ ଲୁହା ଗୁଣ୍ଡ ବୋଝେଇ ଟ୍ରକ ରାସ୍ତା ପାଶ୍ୱର୍କୁ ଓଲଟି ପଡିଛି । ଓଡି ୦୫ ଏ ଜେଡ ୧୨୩୧ ନମ୍ବର ୧୬ଚକା ବିଶିଷ୍ଟ ଟ୍ରକଟି ସମ୍ପୁର୍ଣ୍ଣ ଭାବେ ରାସ୍ତା କଡକୁ ଓଲଟି ପଡିଥିବା ବେଳେ ଟ୍ରକ ଚାଳକ ଜଣକ ଅଳ୍ପକେ ବର୍ତ୍ତିଯାଇଛନ୍ତି । କେନ୍ଦୁଝର ଠାରୁ ଲୁହା ଗୁଣ୍ଡ ଧରି ଗୋପାଳପୁର ପୋର୍ଟ ଅଭିମୁଖେ ଯାଉଥିବା ବେଳେ ଟ୍ରକଟି ରାସ୍ତା ପାଶ୍ୱର୍କୁ ଓଲଟି ପଡିଛି । ପଛପଟୁ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ଟ୍ରକଟି ରାସ୍ତା ପାଶ୍ୱର୍କୁ ଓଲଟି ପଡିଥିବା ଗାଡି ଚାଳକ ଭାଗିରଥୀ କର୍ମୀ ସୂଚନା ଦେଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଚଳାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ