ରାସ୍ତା ମରାମତି ପାଇଁ ଅଂଟା ଭିଡିଲେ ଗାଁ ଲୋକେ

ଘଟଗାଁ-କେନ୍ଦ୍ର ଓ ରାଜ୍ୟ ସରକାର ବିକାଶର ବିକାଶର ସୁନେଲି ସ୍ୱପ୍ନ ଦେଖାଉଥିବା ବେଳେ ପ୍ରତ୍ୟେକ ଗାଁ କୁ ପକ୍କା ରାସ୍ତା ଯୋଗାଦେବ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରାଥିବା ବେଳେ ଅନେକ ସ୍ଥାନରେ ତାହା ଫେଲ ମାରିଥିବା ଦେଖିବାକୁ ମିଳିଛି । ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ଘଟଗାଁ ବ୍ଲକ୍ ଅନ୍ତର୍ଗତ ତରା ପଂଚାୟତ ସ୍ଥିତ ମଣତା ଗାଁର ମହାନ୍ତ ସାହିରେ । ସ୍ୱାଧିନତାର ୭୩ ବର୍ଷ ବିତିଯାଇଥିଲେ ମଧ୍ୟ ମଣତା ଗ୍ରାମର ମହାନ୍ତ ସାହିର ରାସ୍ତା ମରାମତି ହୋଇପାରିଲା ନାହିଁ । ଫଳରେ ରାସ୍ତା ମରାତି ପାଇଁ ନିଜେ ମହାନ୍ତ ସାହିର ଲୋକମାନେ ଅଂଟା ଭିଡିଛନ୍ତି । ବିଗତ ତିନି ଦିନ ହେବ ପ୍ରତ୍ୟେକ ଘରୁ ଚାନ୍ଦା ଆଦାୟ କରି ଟ୍ରାକ୍ଟ୍ରକ୍ ସାହାଯ୍ୟରେ ମରମ ଆଣି ଗାଁ ରାସ୍ତାକୁ ମରାମତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଏ ସମ୍ପର୍କରେ ପଂଚାୟତର ସରପଂଚ ବିଡିଓଙ୍କ ଉପରେ ଲଦିିଦେଇଥିବା ବେଳେ ବିଡିଓ କହିଛନ୍ତି ବର୍ଷା ଛାଡିବା ମାତ୍ରେ ଖୁବ୍ଶୀଘ୍ର ରାସ୍ତାକୁ ମରାମତି କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ତରା ପଂଚାୟତ ସ୍ଥିତ ମଣତା ଗାଁର ମହାନ୍ତ ସାହି । ଏହି ସାହିରେ ପାଖାପାଖୀ ୧୫୦ ପରିବାର ବାସ କରନ୍ତି । ତେବେ ତରା ପଂଚାୟତର ସମସ୍ତ ଗାଁ ଗଳଳୀକୁ ପକ୍କା ରାସ୍ତା ଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ମଣତା ଗାଁର ମହାନ୍ତ ସାହିର ରାସ୍ତାଟି ମରାମତି ହୋଇପାରୁ ନାହିଁ । ଗାଁ ଲୋକଙ୍କ କହିବା ଅନୁସାରେ ମହାନ୍ତ ସାହିର ଏହି ରାସ୍ତାଟି ପାଖାପାଖୀ ୩କିମି ର ରାସ୍ତା ଆଜି ପୁରାପୁରୀ ସୋଚନୀୟ ଭାବେ ପଡିରହିଛି । ବର୍ଷା ଦିନରେ ରୋଗୀ ସେବା ପାଇଁ ଆମ୍ବୁଲାନ୍ସ ଗାଁକୁ ପ୍ରବେଶ କରିପାରେ ନାହିଁ । ଅନ୍ୟପକ୍ଷରେ ଉକ୍ତ ମହାନ୍ତ ସାହିର ସ୍କୁଲ ପିଲାମାନେ ରାସ୍ତା କାଦୁଅରେ ଜୁଡୁବୁଡୁ ହୋଇ ସ୍କୁଲ ଯାଇଥାନ୍ତି । ସୋଚନୀୟ ଗାଁ ରାସ୍ତାକୁ ନେଇ ଗ୍ରାମବାସୀ ପ୍ରତ୍ୟେକ ମୁହୁର୍ତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଭା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ