ରାସ୍ତା ମରାମତି ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ କଲେଜ ଛାତ୍ରଛାତ୍ରୀ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍) : ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ସାହାବାଜପୁର – ବିଜୟନଗର ରାସ୍ତାଟି ମରଣଯନ୍ତା ପାଲଟିଛି । ବଡ ବଡ ଖାଲଖମାରେ ଭର୍ତ୍ତି ହୋଇ ରାସ୍ତାଟି ଗମନାଗମନ ପାଇଁ ଅନୁପଯୁକ୍ତ ହୋଇପଡିଛି । ଫଳରେ ବିଜୟନଗର ଗ୍ରାମର ଜନସାଧାରଣଙ୍କ ସମେତ ବିଭିନ୍ନ ସ୍କୁଲ ଓ କଲେଜକୁ ଯାଉଥିବା ଛାତ୍ରଛାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସେହିରାସ୍ତାରେ ଚାଲିଚାଲି ଯିବା ମଧ୍ୟ ଅସମ୍ଭବ ହୋଇପଡିଛି । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ନିବେଦନ ସତ୍ତେ୍ୱ ମଧ୍ୟ କୈାଣସି ସୁଫଳ ନମିଳିବାରୁ ସେହି ଗ୍ରାମର ଅଧିବାସୀ ତଥା ଓମ ପ୍ରକାଶ ସେଠୀ,ଭାନୁପ୍ରୀୟା ସାହୁ,କାମିନି ସାହୁ,ଚିନୁଲତା ଖଟୁଆ ପ୍ରମୁଖ କଲେଜ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ସାଧାରଣ ଜନତାଙ୍କ ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ସେହି ରାସ୍ତାର ମରାମତି ନିମନ୍ତେ ନିବେଦନ କରିଛନ୍ତି । ଜିଲ୍ଲାପାଳ ଶ୍ରୀ ବର୍ମା ଆବଶ୍ୟକ ପଦକ୍ଷେପ ଗ୍ରହଣ ନିମନ୍ତେ ବିଭାଗୀୟ କତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ