ରାସ୍ତା ଶୋଚନୀୟ, ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ଛାତ୍ରଛାତ୍ରୀ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା): ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ସଉରା ଗୋଷାଣୀ ନିକଟସ୍ଥ ଏକ ଶତ ସିଟ୍ ଆଦିବାସୀ ଛାତ୍ରୀମାନେ ହଷ୍ଟେଲରୁ ବାହାରି ଗୋଷାଣୀ ହାଇସ୍କୁଲକୁ ଯିବା ରାସ୍ତା ଆଣ୍ଠୁଏ କାଦୁଅ ହୋଇଯାଇଅଛି । ଏହି ରାସ୍ତା ଉପରେ ଛାତ୍ରୀମାନେ ଯିବାବେଳେ ସେମାନଙ୍କର ୟୁନିଫର୍ମରେ କାଦୁଅ ଲାଗି ପୋଷାକ ଖରାପ ହୋଇ ଯାଉଅଛି । ତାହା ସହିତ କାଦୁଅ ରାସ୍ତାରେ ଯିବାବେଳେ ଅନେକ ଥର କାଦୁଅରେ ପଡ଼ୁଥିବାର ଛାତ୍ରଛାତ୍ରୀ ମାନେ କହିଛନ୍ତି । ଏହି ରାସ୍ତାର ଅବସ୍ଥା ଦୀର୍ଘଦିନ ହେଲା ଶୋଚନୀୟ ହୋଇ ପଡ଼ିରହିଛି । ନିକଟରେ ସ୍କୁଲ ରହିଥିବାବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀ ତଥା ବିଭାଗୀୟ କର୍ତ୍ତୃପକ୍ଷଙ୍କ କିପରି ଦୃଷ୍ଟି ପଡ଼ିନାହିଁ । ଆହୁରିମଧ୍ୟ କହିଛନ୍ତି ଛାତ୍ରୀବାସରେ ଦୀର୍ଘଦିନ ହେଲା ପାଣି ଟ୍ୟାପ୍ ଭାଙ୍ଗି ଯାଇଅଛି । ତାହା ମରାମତି ହୋଇପାରୁନାହିଁ । ଦୀର୍ଘଦିନ ହେଲା ଛାତ୍ରୀବାସରେ ପଙ୍ଖା ବୁଲୁନାହିଁ, ଯାହାଫଳରେ ଛାତ୍ରୀମାନେ ଗରମ ଓ ମଶାମାଛିରେ ରହି ବହୁ ଅସୁବିଧାରେ ସମ୍ମ୍‌ୁଖୀନ ହେଉଛନ୍ତି । ଛାତ୍ରୀମାସରେ ବହୁତ ଦିନ ହେଲା ଲାଇନ୍ ନାହିଁ । ରାତିରେ ବାହାରକୁ ଆସିଲାବେଳେ ବହୁ ବିଷାକ୍ତ ଜୀବଜନ୍ତୁ, ସରୀସୃପ ଦେଖା ଯାଉଥିବାର କହିଛନ୍ତି । ନିକଟସ୍ଥରେ ପାହାଡ, ଜଙ୍ଗଲ ରହିଥିବାରୁ ଭୟ ମଧ୍ୟ ଲାଗୁଅଛି ବୋଲି କହୁଛନ୍ତି । ରାସ୍ତା ଅବସ୍ଥା ଖରାପ ଥିବାରୁ ବାଧ୍ୟ ହୋଇ ଛାତ୍ରମାନେ ଗଛର ଡାଳ ଭାଙ୍ଗି ରାସ୍ତାରେ ପକାଇ ଯିବାଆସିବା କରୁଛନ୍ତି । ବିଦ୍ୟୁତ୍ କଟିଲେ ପାଣିର ବହୁ ଅସୁବିଧା ହେଉଛନ୍ତି । ନିକଟସ୍ଥ ପ୍ରଧାନଶିକ୍ଷକ ଉପସ୍ଥିତ ରହି ଦୀର୍ଘଦିନ ହେଲା ଛାତ୍ରୀମାନଙ୍କର ଅସୁବିଧା ବିଷୟରେ କେମିତି ଅବଗତ ହୋଇପାରୁ ନାହାନ୍ତି । ସ୍କୁଲର ପାଠପଢ଼ା ପିରିୟଡ୍ ଅନୁସାରେ ହେଉନଥିବା ଅଭିଯୋଗ ଛାତ୍ରୀମାନେ ଅଭିଯୋଗ କରିଛନ୍ତି । ଆହୁରିମଧ୍ୟ ଛାତ୍ରୀମାନଙ୍କୁ ତେଲ, ସାବୁନ ସହ ସେମାନଙ୍କର ବ୍ୟବହୃତ ଜିନିଷ ତାଙ୍କୁ ଠିକ୍ ଭାବରେ ମିଳୁନଥିବା ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ଛାତ୍ରଛାତ୍ରୀମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଥିବା କହୁଥିଲେ ଜ୍ୱଳନ୍ତ ଉଦାହରଣ ଗୋଷାଣି ଆଦିବାସୀ ହଷ୍ଟେଲ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ