ରାସ୍ତା ସମସ୍ୟାରେ ଜର୍ଜରିତ ବାଲିମଠ ବାସୀ
ତିର୍ତୋଲ, (ଅଭିଷେକ ତ୍ରିପାଠୀ):”ସରକାର ଟିକେ ଆଖି ଟେକି ଦେଖ , ନୂତନ ଜିଲ୍ଲା ପାଳ ମହୋଦୟ ଆମ ଦୁଃଖ ଟିକେ ଶୁଣ “l ପ୍ରଶାସନ ପାଖରେ ଏମିତି ବିନୀତ ଅଳି କରୁଥିବା ଗ୍ରାମ ବାସୀଙ୍କ ମୁଖ୍ୟ ସମସ୍ୟା ହେଉଛି ଗ୍ରାମକୁ ରାସ୍ତା ଖଣ୍ଡିଏ ପାଇଁ l ହେଲେ ଲୋକେ ଅଭିଯୋଗ କରିଛନ୍ତି ଯେ, ଆମେ ଅତି ଦୟନୀୟ ଅବସ୍ଥାରେ ବଞ୍ଚୁଛୁ , ଘରୁ ରାସ୍ତାକୁ ବାହାରି ପାରୁନାହୁଁ l ଏମିତି ଦୁଃଖରେ ଅନେକ କଥା ପ୍ରକାଶ କରିଛନ୍ତି, ତିର୍ତୋଲ ବ୍ଲକ ଅଧୀନ ତରଜଙ୍ଗା ଗ୍ରାମପଞ୍ଚାୟତ ର ବାଲି ମଠ, ବାଲିପାଟଣା ଗ୍ରାମର ବାସିନ୍ଦା l ଏହି ବାଲି ମଠ ସାହିରେ ବାସ କରୁଥୁବା୨୫ ରୁ ଊର୍ଧ୍ୱ ପରିବାର ପାଇଁ ସତେ ଯେପରି ସରକାର , ଜିଲ୍ଲା ପ୍ରଶାସନ ସ୍ଥାଣୁ ପାଲଟିଯାଇଛି l ପଞ୍ଚାୟତ ପ୍ରତିନିଧି ବି ରାସ୍ତାର ଏଭଳି ପରିସ୍ଥିତି ଦେଖି ନିରବ ରହି ଅନ୍ୟ ସ୍ଥାନରେ ରାସ୍ତା ପାଇଁ ବ୍ୟୟ ମଞ୍ଜୁରୀ ଦେଉଛନ୍ତି, ହେଲେ ଆମ ଗାଁ ର ସମସ୍ୟା କୁ ସତେ ଯେପରି ମନରୁ ଭୁଲି ଯାଉଛନ୍ତି l ଅତି ଦୟନୀୟ ଅବସ୍ଥାରେ ରହୁଥିବା ଏହି ପରିବାରଙ୍କୁ ରାସ୍ତା ଖଣ୍ଡିଏ ଯୋଗାଇ ଦେବା ପାଇଁ କେଉଁ କାଳରୁ ଦାବି ହେଉଥିଲେ ମଧ୍ୟ ତାହା ଆଜିପର୍ଯ୍ୟନ୍ତ ହୋଇପାରି ନାହିଁ l ଲଘୁଚାପ ଜନିତ ଲଗାଣ ବର୍ଷାରେ ରାସ୍ତାରେ ଖାଲ ଖମା ପାଣିରେ ଭରି ଯିବା ସହିତ କାଦୁଅ ରାସ୍ତାରେ ଯିବା ଆସିବl କରିବା ଅସମ୍ଭବ ହୋଇପଡିଛି l ଏହାକୁ ନେଇ ବଳିମଠର କୈଳାଶ ନନ୍ଦୀ , ସର୍ବଜ୍ୟୋତି ସାହୁ , ବାବୁଲି ବାରିକ , ନୂରସିଂହ ଚରଣ ସାହୁ , ଜଗବନ୍ଧୁ ସାହୁ , ପ୍ରସନ ବାରିକ, ରବୀନ୍ଦ୍ର ବୈଶାଖ, ସତ୍ୟ ନାରାୟଣ ନନ୍ଦୀ, ଚନ୍ଦ୍ରମଣି ସାହୁ ପ୍ରମୁଖ ଦାବି କରି ଆସୁଛନ୍ତି l ଅନ୍ୟ ପଟେ ଦେଖିବକୁ ଗଲେ ସେହି ଗ୍ରାମର ୬ ନମ୍ବର ୱାର୍ଡ ର ୪ ପରିବାର କୁ ସଂଯୋଗ କରୁଥିବା ରାସ୍ତାଟି ଭାଙ୍ଗି ଯାଇଥିବାରୁ ସେମାନେ ଯାତାୟାତ ରେ ଅସୁବିଧା ଭୋଗୁଛନ୍ତି l ସେମାନେ ହେଲେ କୈଳାଶ ସ୍ୱାଇଁ , ଗଙ୍ଗାଧର ସ୍ୱାଇଁ , ଅକ୍ଷୟ ସ୍ୱାଇଁ , ପ୍ରଦୀପ୍ତ ସ୍ୱାଇଁ l ଏହି ୨ ୱାର୍ଡ ର ସମସ୍ୟା ଯଦି ଦୂର କରାନଯାଏ ଆଗାମୀ ଦିନରେ ହେବାକୁ ଥିବା ଏମାନେ ଭୋଟ ବର୍ଜନ ନିଷ୍ପତି କରିବେ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି l