ରାସ୍ତା ସୁଦୃଢ଼ୀକରଣ କାର୍ଯ୍ୟ ନିମ୍ନମାନର : ତଦନ୍ତ ଦାବି

ନିମାପଡା (ସନ୍ତୋଷ ଦାଶ ): ପୁରୀ ଜିଲ୍ଲା ନିମାପଡା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରାୟ 9 ଲକ୍ଷ ଟଙ୍କା ବ୍ୟୟ ରେ ତୁଳସୀପୁର – ସଭାମଣ୍ଡପ ବିଭାଗୀୟ ରାସ୍ତା ର ସୁଦୃଢ଼ୀକରଣ କାର୍ଯ୍ୟ କରାଯାଉଛି l ଚାରିଛକ -କାକଟପୁର ମୁଖ୍ୟରାସ୍ତା ର ତୁଳସୀପୁର ଲଷ୍ମୀ ବଜ଼ାର ଠାରୁ ଏହି ରାସ୍ତା ଟି ଐତିହାସିକ ସ୍ଥଳୀ ସଭା ମଣ୍ଡପ, ରତ୍ନବଟ, ଭେଟପଡିଆ, କଟକ ଜିଲ୍ଲା ର ବାସୁଦେଇପୁର, ଜାହାଙ୍ଗୀରପୁର ଗ୍ରାମ ଦେଇ ପିତାପଡା ଠାରେ ମାଧବ – ଯୋଗେଶ୍ୱରପୁର ମୁଖ୍ୟ ରାସ୍ତାକୁ ସଂଯୋଗ କରିଛି l ଏହି ରାସ୍ତା ଉପରେ ପୁରୀ ଓ କଟକ ଜିଲ୍ଲା ର 50 ରୁ ଉର୍ଦ୍ଧ ଗ୍ରାମବାସୀ ଯାତାୟାତ ପାଇଁ ନିର୍ଭର କରିଥାନ୍ତି l ଏହି ରାସ୍ତା ର ଆରମ୍ଭ ରୁ ପ୍ରାୟ 80 ମିଟର ପର୍ଯ୍ୟନ୍ତ ରାସ୍ତାକୁ ସିମେଣ୍ଟ ଟାଇଲ ପକାଯାଇ ସୁଦୃଢ କାର୍ଯ୍ୟ କରାଯାଉଛି l ତେବେ ଫାଇନ ନଦୀ ବାଲି ପକାଯାଇ ତା ଉପରେ ଟାଇଲ ପକାଯିବା ବଦଳରେ ନିମ୍ନମାନର ମାଟିମିଶା ବାଲି ପକାଯାଇ ଟାଇଲ ପକାଯାଉଥିବା ଦେଖିବାକୁ ମିଳୁଛି l ବିଭାଗୀୟ ଯନ୍ତ୍ରୀ କାର୍ଯ୍ୟ ସ୍ଥଳ ରେ ରହୁନଥିବାରୁ ଠିକାଦାର ତାଙ୍କ ମନଇଛା କାର୍ଯ୍ୟ କରୁଛନ୍ତି l ବାଲି ଉପରେ ଟାଇଲ ପକାଗଲେ ଟାଇଲ ସଂଯୋଗ ସ୍ଥଳ ରେ ବର୍ଷାପାଣି ସ୍ୱତଃ ତଳକୁ ଚାଲିଯାଆନ୍ତା l ରାସ୍ତା ଉପରେ ପାଣି ଜମି ରହନ୍ତା ନାହିଁ l କିନ୍ତୁ ମାଟିମିଶା ବାଲିରେ ପାଣି ନିମ୍ନ କୁ ନଯାଇ ରାସ୍ତା ଉପରେ ଜମିରହିବ l ଏଥିପାଇଁ ବର୍ଷା ଋତୁ ରେ ଲୋକମାନେ ଯାତାୟାତ ରେ ଘୋର ଅସୁବିଧା ର ସମ୍ମୁଖୀନ ହେବାସହିତ ରାସ୍ତା ବି ଶୀଘ୍ର ନଷ୍ଟ ହୋଇଯିବl ଆଶଙ୍କା ରହିଛି l ରାସ୍ତା କାର୍ଯ୍ୟ ରେ ଫାଇନ ବାଲି ବଦଳରେ ମାଟି ବାଲି ବ୍ୟବହାର କରାଯାଉଥିବା ଓ ରାସ୍ତା କାର୍ଯ୍ୟ ନିମ୍ନମାନର ହେଉ ଥିବା ସମ୍ପର୍କ ରେ ତୁଳସୀପୁର ଗ୍ରାମ୍ୟ କମିଟି ସଭାପତି ବନବିହାରୀ ଦାଶ ନିମାପଡା ସ୍ଥିତ ବିଭାଗୀୟ ସହକାରୀ ଯନ୍ତ୍ରୀ ଙ୍କ ନିକଟରେ ଅଭିଯୋଗ କରିଥିଲେ l ଅଭିଯୋଗ ପରେ ବିଭାଗୀୟ କନିଷ୍ଠଯନ୍ତ୍ରୀ ଘଟଣlସ୍ଥଳ ରେ ପହଂଚି କାର୍ଯ୍ୟ ଅନୁଧ୍ୟାନ କରିବାସହିତ ରାସ୍ତା କାର୍ଯ୍ୟ ରେ ଫାଇନ ବାଲି ବ୍ୟବହାର କରିବାକୁ ଠିକାଦାର ଙ୍କୁ କହିଥିଲେ l କନିଷ୍ଠ ଯନ୍ତ୍ରୀ ଚାଲିଯିବାପରେ ଠିକାଦାର ପୁଣି ନିମ୍ନ ମାନର ବାଲି ରେ ରାସ୍ତା କାର୍ଯ୍ୟ କରିଥିଲେ l ଏଣୁ ରାସ୍ତା ର ସ୍ଥାଇତ୍ୱ ପ୍ରତି ଆଶଙ୍କା ସୃଷ୍ଟି ହୋଇଛି l ଏହି ରାସ୍ତା କାର୍ଯ୍ୟ ର ଭିଜିଲାସନ୍ସ ତଦନ୍ତ କରାଯିବାକୁ ସାଧାରଣ ରେ ଦାବି ହୋଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ