ରାହୁଲ ଓ ପ୍ରିୟଙ୍କାଙ୍କୁ ଅଧାବଟରେ ଅଟକାଇଲା ମୀରଟ ପୁଲିସ
ମୀରଟ – ସିଏଏ ହିଂସାରେ ପ୍ରାଣ ହରାଇଥିବା ମୀରଟର ପୀଡ଼ିତ ପରିବାରକୁ ସମବେଦନା ଜଣାଇବାକୁ ଯାଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କୁ ଅଧାରୁ ବାଟରୁ ପୁଲିସ ସେମାନଙ୍କୁ ଅଟକାଇଛି । ଏହା ସହ ମୀରଟରେ ପ୍ରବେଶକରିବା ପାଇଁ ଅନୁମତି ଦେଇନାହିଁ । ମଙ୍ଗଳବାର ରାହୁଲ ଓ ପ୍ରିୟଙ୍କା ଏକ ଗାଡ଼ିରେ ମୀରଟ ଯିବାକୁ ଚାହିଁଥିଲେ। ହେଲେ ମୀରଟରେ ପ୍ରବେଶ କରିବା ପୂର୍ବରୁ ହିଁ ପୁଲିସ୍ ସେମାନଙ୍କୁ ଅଟକାଇଥିଲା। ମୀରଟରେ ଧାରା ୧୪୪ ଲାଗିଥିବାରୁ ପୁଲିସ୍ ସେମାନଙ୍କୁ ଯିବାକୁ ଅନୁମତି ଦେଇ ନଥିଲା। ପ୍ରିୟଙ୍କା ଓ ରାହୁଲ ୧୪୪ ଧାରା ଭାଙ୍ଗିବେ ନାହିଁ କିମ୍ବା ୩ରୁ ଅଧିକ ଲୋକ ଏକାଠି ଯାତ୍ରା କରିବେ ନାହିଁ ବୋଲି ପୁଲିସ୍ କୁ ପ୍ରତିଶ୍ରୁତି ଦେଇଥିଲେ । ତଥାପି ପୁଲିସ ସେମାନଙ୍କୁ ମୀରଟ ଯିବାକୁ ଦେଇନାହିଁ।


