ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳ କାର୍ଯ୍ୟକ୍ରମ ଉଦ୍ଘାଟିତ
ଗାଙ୍ଗପୁର- (ଯୁଗାଦ୍ଦନ୍ୟୁଜ) କ୍ଷତ୍ରିୟବରପୁର ଆଞ୍ଚିଳିକ ବିଜ୍ଞାନ ଉଚ୍ଚବିଦ୍ୟାଳୟରେ ୧୨ ଦିନ ବ୍ୟାପି ଚାଲିଥିବା ଛାତ୍ରୀ ଆତ୍ମରକ୍ଷା କୌଶଳ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଭଂଜନଗର ଉପଖଣ୍ଡ ଅରକ୍ଷୀ ଅଧିକ୍ଷକ ଶୁଭ୍ରାଶଂ ଶେଖର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ଘରେ ଏହି କୌଶଳକୁ ଅଭ୍ୟାସ କରିବାକୁ ପରାମର୍ଶ ଦେଇଥିଲେ ।ଜିଲ୍ଲା ସଂଯୋଜକ ଡଃ ଅମୃତ କୁମାର ସେଠୀ ସମ୍ମାନିତ ଅତିଥିଭାବେ ଯୋଗଦେଇ ଏହାର ଆବଶ୍ୟକତା ବ୍ୟାଖ୍ୟା କରିଥିଲେ ।ଗାଙ୍ଗପୁର ଥାନା ଅଧିକାରୀ ଦିନେଶ କୁମାର ଦାସ ଛାତ୍ରୀମାନଙ୍କୁ ଭୟନକରିବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମର ସଂଯୋଜକ ବି.ଗୋବିନ୍ଦ ରାଓ ସ୍ୱାଗତ ଭାଷଣଦେଇଥିବା ବେଳେ ଅଧ୍ୟାପିକା ପିଙ୍କି ପଲାଇ ଧନ୍ୟବାଦ ଦେଇଥିଲେ । ଏଥିରେ ୧୫୨ ଜଣ ଛାତ୍ରୀ ପ୍ରଶିଷଣ ନେଇଥିବା ବେଳେ ଅଧ୍ୟାପକ କପିଳ ସାହୁ,ପ୍ରକାଶ ଚନ୍ଦ୍ର ଆଳତିଆ,ବିଣ୍ଣୁ ପ୍ରସାଦ ପଟ୍ଟନାୟକ,ବିଜୟଲକ୍ଷ୍ମୀ ପାଢୀ,ସନ୍ତୋଷ ପରିଡା,ବିଧୁଭୂଷଣ ଦାସ,ସ୍ୱରୂପାରାଣୀ ବିଶ୍ୱାଳ,ଦିବାକର ମୁନୀ,ବିବେକାନନ୍ଦ କର,ଡଃ ରାଜେନ୍ଦ୍ର ଡାକୁଆ,ଦେବେଶ ଚନ୍ଦ୍ର ମହାପାତ୍ର,ରମେଶ ଚନ୍ଦ୍ର ରାଉତ,ସମେତ ଅଣଶିକ୍ଷକ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।


