ରାହୁଲ ଗାନ୍ଧୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନର ପ୍ରତିବାଦ : ଜିଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ
ବାଲେଶ୍ୱର, (ସରୋଜ ପଣ୍ଡା) :-କଂଗ୍ରେସ କାର୍ଯ୍ୟାଳୟରେ ଦିଲୀ ପୁଲିସର ଜବରଦସ୍ତ ପ୍ରବେଶ ଓ ଭଙ୍ଗାରୋଜା ସାଙ୍ଗକୁ ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ବିନା ଅଭିଯୋଗରେ ଇଡିର ଜେରା ପ୍ରତିବାଦରେ ଜିଲା କଂଗ୍ରେସ କମିଟି ପକ୍ଷରୁ ଶୁକ୍ରବାର ମୁଖ୍ୟ ଡାକ ଘର ସମ୍ମୁଖରେ ବିକ୍ଷୋଭ ପଦର୍ଶିତ ହୋଇଯାଇଛି । ଏନେଇ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନଠାରୁ ଏକ ବିଶାଳ ଶୋଭାଯାତ୍ରାରେ କଂଗ୍ରେସର ଜିଲ୍ଲା ନେତୃମଣ୍ଡଳୀ, ସମସ୍ତ ସାମୁଖ୍ୟର କର୍ମକର୍ତ୍ତା,ବ୍ଲକ କମିଟିର କର୍ମକର୍ତ୍ତା ଓ କର୍ମୀମାନେ ଯାଇ ବାଲେଶ୍ୱର ମୁଖ୍ୟ ଡାକଘର ସାମ୍ନା ରେ ପହଞ୍ଚିଥିଲେ । ଜିଲା କଂଗ୍ରେସର ଜିଲା ସଭାପତି ସଂଜୀବ କୁମାର ଗିରି ଅଧ୍ୟକ୍ଷତା ସହ ମୋଦି ସରକାରଙ୍କ ଏଭଳି ଅସମ୍ବିଧାନିକ କାର୍ଯ୍ୟକୁ ତୀବ୍ର ସମାଲୋଚନା କରିଥିଲେ । ପିସିସି ମୁଖପାତ୍ର ସୁଦର୍ଶନ ଦାସ, ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ ଓ ଚିତ୍ତ ଷଡଙ୍ଗୀ, ମହିଳା କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ଅର୍ଚ୍ଚନା ନନ୍ଦୀ, ଅଣସଙ୍ଗଠିତ ଶ୍ରମିକ କର୍ମଚାରୀ କଂଗ୍ରେସ ର ରାଜ୍ୟ ଉପାଧ୍ୟକ୍ଷା ଜ୍ୟୋତ୍ସ୍ନା ସେନାପତି, ଜିଲ୍ଲା ମହିଳା କଂଗ୍ରେସ ସଭାପତି ପ୍ରଜ୍ଞାପରାମିତା ବିଶ୍ୱାଳ, ବ୍ଲକ ସ୍ତରୀୟ କଂଗ୍ରେସ ନେତା ସତ୍ୟଶିବ ଦାସ, ବିଜନ ନାୟକଙ୍କ ସମେତ ବିକାଶ ଦାସ ପ୍ରମୁଖ ଏଥିରେ ଯୋଗଦେଇ ମୋଦି ସରକାରଙ୍କ ଅଗଣତାନ୍ତ୍ରିକ କାର୍ଯ୍ୟଧାରାକୁ କଡ଼ା ନିନ୍ଦା କରିଥିଲେ । ମୋଦି ସରକାର ଇଡି ଓ ଦିଲୀ ପୁଲିସକୁ ବ୍ୟବହାର ସହ କରିଥିବା ଏଭଳି ହୀନକାର୍ଯ୍ୟର ଜବାବ ଦେଶବାସୀ ନିଶ୍ଚିତ ଦେବେ ବୋଲି ସେମାନେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛାତ୍ର କଂଗ୍ରେସ ଜିଲା ସଭାପତି ଗୌତମ ସାହୁ, ବ୍ଲକ ସଭାପତି ହେମନ୍ତ ଗିରି,ରାଜୀବ ପରିଡା, ଶ୍ରୀକାନ୍ତ ଜେନା, ଅଜୟ ଦ୍ୱିବେଦୀ, ରାଜେନ୍ଦ୍ର ମହାନ୍ତି, ମନରଞ୍ଜନ ପଣ୍ଡା, ଗଦାଧର ପରିଡା, ନିରଞ୍ଜନ ପରିଡା, ଶୁଭଦତ୍ତ ପାଢ଼ୀ, ସୁରେଶ ବେହେରା, ବାସନ୍ତୀ ସାମଲ, ଜୀବନ ବାରିକ, ସୁଶାନ୍ତ ସାହୁ, ସେକ ୟୁନୁସ ଓ ପଶୁପତି ଉପାଧ୍ୟାୟଙ୍କ ସମେତ ବହୁ ନେତା ଓ କର୍ମୀ ଏହି ବିକ୍ଷୋବ ରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ଜେନା ସମସ୍ତଙ୍କୁ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।