ରାହୁଲ ଗାନ୍ଧୀ ମାମଲା ରେ ସୁପ୍ରିମକୋର୍ଟ ରାୟ ପରେ କଂଗ୍ରେସ ତରଫରୁ ବିଜୟ ଉତ୍ସବ ପାଳିତ
କରଞ୍ଜିଆ, (ଜିତେନ୍ଦ୍ର ରାଜ):ଗତକାଲି ସନ୍ଧ୍ୟାରେ କରଞ୍ଜିଆ କଂଗ୍ରେସ ଭବନ ଠାରେ ବରିଷ୍ଠ କଂଗ୍ରେସ ନେତା ଭୁବନ ସାହୁ ଙ୍କ ଅଧକ୍ଷତାରେ ରାହୁଲ ଗାନ୍ଧୀ ଙ୍କୁ ସୁପ୍ରିମ କୋର୍ଟ ନ୍ୟାୟ ପ୍ରଦାନ କରି ମାମଲାକୁ ଖାରଜ କରିଥିବା ଘଟଣାରେ ଆନନ୍ଦ ପ୍ରକାଶ ପାଇବା ସହିତ କର୍ମୀ ଓ କର୍ମକର୍ତ୍ତାଙ୍କୁ ନେଇ ଏକ ବିଜୟ ଉତ୍ସବ ପାଳିତ ହୋଇଛି | ସୁପ୍ରିମ କୋର୍ଟ ତରଫରୁ ନ୍ୟାୟ ମିଳିବା ପରେ ଆନନ୍ଦ ଉତ୍ସବ ସହିତ ପରସ୍ପରକୁ ଅଭିନଦନ ଜଣାଇବା ସହିତ ମିଷ୍ଟାନ ବଣ୍ଟନ କରାଯାଇଥିଲା | କରଞ୍ଜିଆ ର ମୁଖ୍ୟ ଛକ ଏନ. ଏ. ସି., କଚେରୀ ଛକ ଠାରେ ଆତସ ବାଜୀ ସହିତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା | ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ରାହୁଲ ସିନ୍ହା, ସଂଯୋଜକ ଜ଼ାକିର ହୁସେନ, ବରିଷ୍ଠ ନେତା ଲାଲନ ସିନ୍ହା, ଚନ୍ଦ୍ର କୁମାର ଶୁଭେନ୍ଧୁ ଦାଶ,ନିର୍ମଳ ସେଠୀ, ଧରଣୀ ମହାନ୍ତ, ବନମାଳୀ ମହାନ୍ତ, ଗୋଲାପ ମଞ୍ଜରୀ ସୋରେନ, କମଳା ସୀଙ୍କୁ, ଘନଶ୍ୟାମ ମହାନ୍ତ, ପ୍ରତାପ ମହାନ୍ତ, ଗଣେଶ ନାୟକ, ନବକିଶୋର ଟାଙ୍ଗୀରିଆ, ରମେଶ ବାଣସୁଲିଆ ପ୍ରମୁଖ କର୍ମୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ |