ରାହୁଲ ସମଲିଙ୍ଗୀ: ସ୍ବାମୀ ଚକ୍ରପାଣି
ନୂଆଦିଲ୍ଲୀ : କଂଗ୍ରେସ ପୁସ୍ତିକାରେ ବୀର ସଭରକରଙ୍କୁ ସମଲିଙ୍ଗୀ ଭାବରେ ଅଭିହିତ କରାଯିବା ଘଟଣା ତୀବ୍ର ସମାଲୋଚନା କରିଛନ୍ତି ଅଖିଳ ଭାରତୀୟ ହିନ୍ଦୁ ମହାସଭା ସଭାପତି ସ୍ବାମୀ ଚକ୍ରପାଣି। ଚକ୍ରପାଣି ରାହୁଲ ଗାନ୍ଧୀଙ୍କୁ ଜଣେ ସମଲିଙ୍ଗୀ ବୋଲି ଅଭିହିତ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବୀର୍ ସଭରକର୍ଙ୍କ ଉପରେ ଆଧାରିତ ପୁସ୍ତିକାର ଶୀର୍ଷକ ‘କେତେ ବୀର ସଭର୍କର୍’ ରହିଛି । ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍ସ୍ ଓ ବୀର୍ ସଭର୍କରଙ୍କ ମଧ୍ୟରେ ସମଲିଙ୍ଗୀ ସମ୍ପର୍କ ରହିଥିବାର ଏହି ପୁସ୍ତିକାରେ ଲେଖାଯାଇଥିଲା । କଂଗ୍ରେସର ସର୍ବଭାରତୀୟ ସେବାଦଳର ପ୍ରଶିକ୍ଷଣ କ୍ୟାମ୍ପରେ ଏହି ପୁସ୍ତକ ବଣ୍ଟା ଯାଇଥିଲା । କଂଗ୍ରେସର ଏଭଳି କାର୍ଯ୍ୟକୁ ଭୋପାଳର ବିଜେପି ବିଧାୟକ ରାମେଶ୍ଵର ଶର୍ମା ନିନ୍ଦା କରିବା ସହିତ କଂଗ୍ରେସ ଦେଶଭକ୍ତମାନଙ୍କୁ ବଦନାମ କରୁଛି ବୋଲି କହିଛନ୍ତି । କଂଗ୍ରେସ ସାୱରକରଙ୍କୁ ମୁସଲିମ ବିରୋଧୀ ବୋଲି ଦର୍ଶାଇବାକୁ ଚାହୁଁଛି । ଗୋଟିଏ ସମ୍ପ୍ରଦାୟକୁ ଖୁସି କରିବା ପାଇଁ ଜଣେ ଦେଶଭକ୍ତଙ୍କ ଚରିତ୍ର ସଂହାର ସମୀଚୀନ ନୁହେଁ ବୋଲି ଶର୍ମା କହିଛନ୍ତି ।


