ମଲାଙ୍ଗର ପ୍ରଥମ ପୋଷ୍ଟର ରିଲିଜ୍
ମୁମ୍ବାଇ : ମୋହିତ ସୂରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ମଲାଙ୍ଗର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି । ଫିଲ୍ମରେ ଆଦିତ୍ୟ ରୟ କପୁରଙ୍କୁ ସମ୍ପୂର୍ଣ୍ଣ ଗମ୍ଭୀର ମୁଦ୍ରାରେ ଦେଖିବାକୁ ମିଳିଛି । ପ୍ରଥମ ପୋଷ୍ଟର ରିଲିଜ୍ ସହିତ ‘ଯେପରି ପ୍ରେମ ଶୁଦ୍ଧ ଓ ପବିତ୍ର, ସେହିପରି ଘୃଣା ମଧ୍ୟ ଶୁଦ୍ଧ ଓ ପବିତ୍ର’ ବୋଲି ଆଦିତ୍ୟ ଏକ କ୍ୟାପ୍ସନ୍ ଲେଖିଛନ୍ତି । ଫିଲ୍ମର ଟ୍ରେଲର ଆସନ୍ତା ଜାନୁୟାରୀ ୬ ତାରିଖରେ ରିଲିଜ୍ ହେବା ନେଇ ଆଦିତ୍ୟ ଘୋଷଣା କରିଛନ୍ତି । ଏହି ଫିଲ୍ମରେ ଆଦିତ୍ୟଙ୍କ ବ୍ୟତୀତ ଦିଶା ପଟାନୀ, ଅନୀଲ କପୁର ଏବଂ କୁନାଲ ଖେମୁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମଟି ଫେବୃୟାରୀ ୭ ତାରିଖରେ ରିଲିଜ୍ ହେବାକୁ ଯାଉଛି ।


