ରାୟଗଡ଼ ବ୍ଲକ ର ବିଭିନ୍ନ ସ୍ଥାନରେ ବହୁ ଆଡ଼ମ୍ବର ସହକାରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ର ବିଭିନ୍ନ ସ୍ଥାନରେ ବହୁ ଆଡ଼ମ୍ବର ସହକାରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି l କରନା କଟକଣା ଯୋଗୁଁ ଗତ ଦୁଇ ବର୍ଷ ହେବ ରଥ ଯାତ୍ରା ବନ୍ଦ ଥିବା ବେଳେ ଚଳିତ ବର୍ଷ ଉକ୍ତ ରଥ ଯାତ୍ରା ଭକ୍ତ ଙ୍କ ଗ୍ରହଣରେ ଅନୁଷ୍ଠିତ ହେଉଥିବାରୁ ବହୁ ସଂଖ୍ୟାରେ ଜଗନ୍ନାଥ ପ୍ରେମୀ ଦର୍ଶନ କରିଛନ୍ତି l ଆଜି ବଡ଼ ଦାଣ୍ଡରେ ଭକ୍ତ ଭଗବାନଙ୍କର ମିଳନ ହୋଇଛି । ରାୟଗଡ଼ରେ ପ୍ରଥମେ ରଥ ଓ ଗୁଣ୍ଡିଚା ମନ୍ଦିରରେ ପ୍ରତିଷ୍ଠା କରାଯଇଥିଲା I ଗ୍ରାମର ବିଶୋୟୀ ଠାରୁ ଆଜ୍ଞା ମାଳ ପାଇବା ପରେ ପୂଜାରୀ ଶିବ ପାତ୍ର ପୁରୋହିତ ବିଜୟ ପାଢୀ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ୪.୩୦ ମିନଟରେ ପହଣ୍ଡି ଆରମ୍ଭ ହୋଇଥିଲା l ପୁରୋହିତ ପ୍ରତାପ ପାଢୀ ଛେରା ପହଁରା କରିବା ପରେ ୫ ଘଣ୍ଟା ଠାରୁ ରଥ ଟଣା ଆରମ୍ଭ ହୋଇ ଗୁଣ୍ଡିଚା ମନ୍ଦିରରେ ପହଂଚିଥିଲା l ବର୍ଷା ସତ୍ତ୍ୱେ ରଥ ଟଣା ହୋଇଥିଲା l ଚଳିତ ବର୍ଷ ମନ୍ଦିର ପରିଚାଳନା କମିଟି ପକ୍ଷରୁ ମହିଳା ମାନଙ୍କ ପାଇଁ ସ୍ଵତନ୍ତ୍ର ଭାବେ ରଥ ଟଣା ପାଇଁ ବ୍ୟବସ୍ଥା କରାଯାଇଥିଲା l ଅଞ୍ଚଳର ବିଭିନ୍ନ ସ୍ଥାନରୁ ସଙ୍କୀର୍ତ୍ତନ ମଣ୍ଡଳୀ ଯୋଗଦେଇଥିଲେ I ଯୁବକ ଓ ଯୁବତୀ ମାନେ ଜଗନ୍ନାଥ ମନ୍ଦିର ଠାରୁ ଗୁଣ୍ଡିଚା ପର୍ଯ୍ୟନ୍ତ ଝୁଟି ଅଙ୍କାଯାଇ ଥିବା ବେଳେ ତାହା ଦେଖିବା ପାଇଁ ବେଶ୍ ଆକର୍ଷଣୀୟ ଥିଲା l ଉକ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ସମ୍ପାଦନା କରିବା ପାଇଁ ସମ୍ପୃକ୍ତ ମନ୍ଦିର ଅଧିନରେ ଥିବା ସମସ୍ତ ଗ୍ରାମର ବଛା ବଛା ଯୁବକଙ୍କ ନେଇ ସ୍ଵେଚ୍ଛାସେବୀ ବାହିନୀ ଗଠନ କରାଯାଇଥିଲା l ମନ୍ଦିର ପରିଚାଳନା କମିଟିର ସଭାପତି ପ୍ରସାଦ ଘଡାଇ ପରିଚାଳନା କରିଥିବା ବେଳେ ସମ୍ପାଦକ ବି. କୃଷ୍ଣ ଚନ୍ଦ୍ର ପାତ୍ର, କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ନାୟକଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ସହଯୋଗ କରିଥିଲେ I ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ଶ୍ରୀନିବାସୀ ପାଇକ ବ୍ୟବସ୍ଥା ପ୍ରମୁଖ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ l ସେହିପରି ଜିରାଙ୍ଗ ବଳଦେବ ଜୀଉ ଠାରେ ପହଣ୍ଡି କରି ରଥ ଉପରେ ପ୍ରଭୁ ଦର୍ଶନ ଦେଇଥିଲେ l ଆସନ୍ତା କାଲିକି ରଥ ଟଣାଯିବାର କାର୍ଯ୍ୟକ୍ରମ ରହିଛି l ସେହିପରି ନାରାୟଣପୁର, ଗଣ୍ଡାହାତୀ, ମଣ୍ଡଳ ସାହି, ଖମ୍ବlରି ସାହି, ଅମେଡା ଆଦି ଅଞ୍ଚଳରେ ଶାନ୍ତି ଶୃଙ୍ଖଳାର ସହ ରଥ ଟଣା ହୋଇଯାଇଛି l ରାୟଗଡ଼ ଥାନା ଅଧିକାରୀ ଗୋବିନ୍ଦ ଗୌଡ, ଏସ୍ ଆଇ ନିରଞ୍ଜନ ପାଣିଗ୍ରାହୀ, ରତ୍ନ ନିଧି ପାତ୍ର, ଏଏସ୍ ଆଇ ମନୋଜ ପାଢି ଙ୍କ ସହ କର୍ମଚାରୀ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ l