ରାୟଗଡା-ସମଲେଶ୍ବରୀ ଟ୍ରେନ ଦୁର୍ଘଟଣା ତଦନ୍ତ ପାଇଁ ରାୟଗଡାରେ ରେଳ ନିରାପତ୍ତା ଆୟୁକ୍ତ

ରାୟଗଡା ,(ଯୁଗାବ୍ଦ ନ୍ୟୁଜ୍) : ଗତ ୨୫ତାରିଖ ମଙ୍ଗଳବାର ସନ୍ଧ୍ୟାରେ ସମଲେଶ୍ବରୀ ଏକ୍ସପ୍ରେସ ସିଙ୍ଗାପୁର ରୋଡ଼ ଓ କେଉଟଗୁଡା ଷ୍ଟେସନ ମଝି ଅଙ୍ଗୁର ନିକଟରେ ବିଦ୍ୟୁତ ମେଣ୍ଟେନେନ୍ସେ ଟ୍ରେନସହ ଧକ୍କା ହେବା ଫଳରେ ୩ ଜଣ ମୄତ୍ୟୁବରଣ କରିଥିବା ବେଳେ ୫ ଜଣ ଆହତ ହୋଇଥିଲେ । ଏପରିକି ଏହି ଦୁର୍ଘଟଣାରେ ଉଭୟ ଇଞ୍ଜିନ ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଉଭୟ ଟ୍ରେନ ଲାଇନଚ୍ୟୁତ ହୋଇ ପ୍ରାୟ ୨୦ ମିଟର ଘୋଷାରି ନେଇଥିଲା । ଏହି ଦୂର୍ଘଟଣା ଓ ଜଳିଯିଵା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। କୋଲକାତାରୁ ନିରାପତ୍ତା କମିଶନର ଆର. କେ ଶର୍ମାଙ୍କ ନେତୃତ୍ବରେ ଏକ ସ୍ଵତନ୍ତ୍ର ଟିମ ଏକ ସ୍ବତନ୍ତ୍ର ଟ୍ରେନ ଯୋଗେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପ୍ରଥମେ ଏହି ଟିମ ଆଜି ସକାଳ ୯ ଟାରେ ରାୟଗଡାରେ ପହଞ୍ଚି ରେଳବାଇର ଉଚ୍ଚ କତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ପରେ ସେହି ଟ୍ରେନରେ ସିଙ୍ଗାପୁର ରୋଡ ଯାଇ ସେଠାରେ ସିଙ୍ଗାପୁର ଷ୍ଟେସନ୍ ମାଷ୍ଟର ଏସ,ଆର୍ ,ମହାନ୍ତିଙ୍କ ସହ ସେହି ଦିନର ଘଟଣା ସମ୍ପକରେ ଆଲୋଚନା କରିଥିଲେ । ପରେ ସମଲେଶ୍ବରୀ ଟ୍ରେନର ଦୁର୍ଘଟଣା ଗ୍ରସ୍ତ ବଗି ଅନୁଧ୍ୟାନ କରିବାପରେ ସିଙ୍ଗାପୁର ଷ୍ଟେସନର ଦକ୍ଷିଣ କେବିନ ଇନଚାର୍ଜ ଏବଂ ଲାଇନମ୍ୟେନ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ତାପରେ କେଉଟଗୁଡା କେବିନ ର ସିଗନାଲ ଗାର୍ଡ ଓ ଲାଇନ ମେନଙ୍କ ସହ ଘଟଣା ସମ୍ପର୍କରେ ବୁଝିଥିଲେ ଏହାପରେ କେଉଟଗୁଡା ଷ୍ଟେସନ କୁ ଯାଇ ଟ୍ରାକ ଓ ପୋଡା ରେଳ ଇଞ୍ଜିନ ର ତଦନ୍ତ କରିବା ସହ କେଉଟଗୁଡା ରେଳ ଷ୍ଟେସନ ର ସମସ୍ତ ରେଳ କର୍ମଚାରୀଙ୍କ ସହ ରେଳ ଦୁର୍ଘଟଣା ସମ୍ପର୍କରେ ଟିକିନିଖି ତଦନ୍ତ କରିଛନ୍ତି । ସେହିଭଳି ଦୂର୍ଘଟଣାସ୍ଥଳୀ ଯାଇ ଘଟଣାର ତର୍ଜମା କରି କାରଣ ଖୋଜିଛନ୍ତି। ତେବେ କମିଶନ ତଦନ୍ତ ପାଇଁ ୬୧ ଜଣ ରେଳ କର୍ମଚାରୀଙ୍କୁ ନୋଟିସ ଜାରି କରାଯାଇଥିବା ବେଳେ ସାଧାରଣ ଲୋକଙ୍କ ସାଖ୍ୟ ଗ୍ରହଣ କରାଯିବାର କାର‌୍ୟ୍ୟକ୍ରମ ରହିଛି। ରାୟଗଡା ରେଳବାଇ ରେଷ୍ଟ ହୋଉସରେ ସେମାଙ୍କୁ ଜେରା କରାଯିବା ନେଇ ସୂଚନା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ